ଗିନିଜ୍‌ ଓ୍ଵାର୍ଲଡ ରେକର୍ଡ ଲକ୍ଷରେ କୁନି ଝିଅ ସଞ୍ଜନା; ସାଢ଼େ ତିନି ଘଣ୍ଟାରେ କରୁଛନ୍ତି ୧୧୧୧ଟି ତୀର ଚାଳନା

ଚେନ୍ନାଇ: ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ଆଧୁନିକ ହେବାରେ ଲାଗିଛନ୍ତି କୁନି କୁନି ପିଲା। ଖୁବ୍‌ କମ୍‌ ବୟସରେ ରେକର୍ଡ ସୃଷ୍ଟିକାରୀ ଅନେକ ପିଲା ଆଜିକାଲି ନଜରକୁ ଆସୁଛନ୍ତି। ସେହିପରି ଜଣେ କୁନି ଝିଅ ହେଉଛନ୍ତି ତାମିଲନାଡୁର ପି ସଞ୍ଜନା। ସେ ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ ରଖି ନିଜର ତୀର ଚାଳନାରେ ନିଜକୁ ମାହିର୍‌ କରିବାରେ ଲାଗିଛନ୍ତି। ସଞ୍ଜନା ୩ ଘଣ୍ଟା ଅଧା ସମୟରେ ୧୧୧୧ଟି ତୀର ଚାଲନା କରି ସଭିଙ୍କୁ ଚକିତ କରିଛନ୍ତି। ଆଠ ମିଟର ଦୂରରେ ରହି ସେ ନିଜର ଲକ୍ଷଭେଦ କରୁଥିଲେ।

ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡର ନିୟମ ଅନୁସାରେ, ସଞ୍ଜନା ପ୍ରତି ୧ ଘଣ୍ଟା ଅନ୍ତରରେ ଥରେ ୫ ମିନିଟ୍‌ ପାଇଁ ବିଶ୍ରାମ ନେଉଛନ୍ତି। ସେ ତାଙ୍କ ଚେହେରାରେ ଏକ ମନଲୋଭା ହସର ସହ ଏହି ରେକର୍ଡ ଜିଣିପାରିଛନ୍ତି।

ଗତ ୪ ମାସ ହେବା ସଞ୍ଜନା ନିଜ ସ୍କୁଲ୍‌ ସରିବା ପରେ ତୀର ଚାଳନା ଅଭ୍ୟାସ ଜାରି ରଖି ଅସୁଛନ୍ତି। ସଞ୍ଜନାଙ୍କ ଏହି ଦକ୍ଷାତା ପାଇଁ ତାଙ୍କ ବାପାମାଆ ଖୁବ୍‌ ଖୁସି। ଭବିଷ୍ୟତରେ ତାଙ୍କ ଝିଅ ତୀରନ୍ଦାଜେରେ ଅଲମ୍ପିକ୍‌ରେ ଭାଗ ନେଉ ବୋଲି ସେ ଇଚ୍ଛା ରଖିଛନ୍ତି।

ସମ୍ବନ୍ଧିତ ଖବର