ସାଧାରଣତଃ ଶିଶୁମାନେ ସହଜରେ ଅନ୍ୟ ହସର କାରଣ ହୋଇପାରିଥାନ୍ତି। ଅନ୍ୟ ଶିଶୁମାନଙ୍କ ପରି ମିର୍ କଟିକଲା ବି ଅନ୍ୟ ଓଠର ହସ ସାଜିଛନ୍ତି। ମାତ୍ର ଅନ୍ୟଙ୍କଠାରୁ ସେ ଢେର୍ ନିଆରା। ତାଙ୍କର ମହତ୍ କାର୍ଯ୍ୟ ତାଙ୍କୁ ନିଆରା ସଜାଇଛି। ସେ ଏଥିପାଇଁ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି, ଜଣେ କର୍କର ପୀଡ଼ିତଙ୍କୁ ହୁଇପ୍ ଉପହାର ଦେବା ପାଇଁ ସେ ନିଜ କେଶ କାଟିଛନ୍ତି। ଉଲ୍ଲେଖଯୋଗ୍ୟ, କର୍କଟ ପୀଡ଼ିତଙ୍କୁ କେମୋଥେରାପି ନେବା ସମୟରେ ନିଜର କେଶ କାଟିବାକୁ ପଡ଼ିଥିଲା। ତାଙ୍କୁ ସମବେଦନା ଜଣାଇ କୁନି ପୁଅ ମିର୍ ନିଜର କେଶ କାଟିବାକୁ ବି ପଛାଇ ନାହାନ୍ତି।
ପାଖାପାଖି ଦେଢ଼ ବର୍ଷ ହେବ ମିରଙ୍କ ମାଆ ମୁମ୍ବାଇର ମନୀଷା ଫେସ୍ବୁକ୍ରେ ‘ହେୟାର୍ ଫର୍ ହୋପ ଇଣ୍ଡିଆ’ ନାମରେ ଏକ କେଶ ଦାନ ଅଭିଯାନ ଆରମ୍ଭ କରିଥିଲେ। ମନୀଷାଙ୍କ ନିଜ ମାଆ ବି ଜଣେ କର୍କଟ ରୋଗୀ ଥିଲେ। ତାଙ୍କ କେଶରେ ଅତ୍ୟାଧିକ ରସାୟନ ଭାଗ ଥିବାରୁ ସେ ତାଙ୍କୁ କେଶ ଦେଇପାରିନଥିଲେ। ସେଥିପାଇଁ ସେ ସେବେଠୁ ଚିନ୍ତା କରିଥିଲେ ଯେ ନିଜ ଝିଅ ମିର୍ର କେଶ ବଢ଼ାଇ ତାହାକୁ ଜଣେ କର୍କଟ ରୋଗୀଙ୍କୁ ଦାନ କରିବେ।
ସେ ନିଜ ପୁଅର କେଶ କାହିଁକି କାଟୁନାହାନ୍ତି ବୋଲି ଦେଖଣାହାରୀ ଅନେକ ପ୍ରଶ୍ନ କରିଥିଲେ। କେହି କେହି ଧର୍ମ କାରଣରୁ କହିଥିବା ବେଳେ କେହି କେହି ମାନସିକ ଭାବି ବସିଥିଲେ। ମନୀଷା କହନ୍ତି ମିର୍ ଏ ସବୁ ବିଷୟରେ ଜାଣନ୍ତି। ସେ ଆହୁରି ବି ବିଶ୍ୱାସେ କରନ୍ତି ଯେ ମିର୍ ବଡ଼ ହେବା ପରେ ନିଜର କେଶ ଦାନ ପାଇଁ ଗର୍ବ ଅନୁଭବ କରିବା ସହ ଦାନ ସ୍ୱଭାବ ବଜାୟ ରଖିବେ।