ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କୁ ଅସଦାଚରଣ କଲେ ୩ ବର୍ଷ ଜେଲଦଣ୍ଡ ଭୋଗିବା ସହ ଦେବାକୁ ପଡ଼ିବ ଜରିମାନା!

ଟ୍ରେନ୍‌ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚାରଣଙ୍କୁ ରୋକିବା ଲାଗି ଭାରତୀୟ ରେଳ ମନ୍ତ୍ରାଳୟ ତରଫରୁ କଠୋର ନିୟମ ପ୍ରଣୟନ କରାଯାଇଛି। ଏଣିକି ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳାଙ୍କୁ ଅସଦାଚରଣ କଲେ ଭୋଗିବାକୁ ହେବ ୩ ବର୍ଷ ଜେଲଦଣ୍ଡ। ଏଥିସହିତ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ।

ମିଳିଥିବା ସୂଚନା ମୁତାବକ, ଟ୍ରେନରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ସହ କୌଣସି ପ୍ରକାରର ଅସଦାଚରଣ ତଥା ଦୁର୍ବ୍ୟବହାର କରିବା ଦ୍ୱାରା ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । ରେଳ ସୁରକ୍ଷା ବଳ (ଆରପିଏଫ) ତରଫରୁ ରେଲୱେ ନିୟମାବଳୀରେ ନୂଆ ନିୟମ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ତଥା ଅପରାଧକୁ ଦୃଢ ଭାବରେ ଦମନ କରାଯାଇପାରିବ।

ଆରପିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯଦି ରେଲୱେ ଆକ୍ଟରେ ସଂଶୋଧନକୁ ମଂଜୁରୀ ମିଳିଯାଏ ତେବେ ଏହା ଭାରତୀୟ ଦଣ୍ଡ ସଂହିତା ଆଇପିସିଠାରୁ ଅଧିକ ତଥା କଠୋର ଦଣ୍ଡବିଧାନ ହେବ । କାରଣ ଆଇପିସିରେ ଏକ ବର୍ଷ କାଳ ଦଣ୍ଡାବିଧାନର ନିୟମ ରହିଛି । ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ କୌଣସି ଟ୍ରେନରେ ମହିଳାଙ୍କ ସହ ଅସଦାଚରଣ କିମ୍ବା ଆକ୍ରମଣ ଭଳି ଘଟଣା ଘଟେ, ସେତେବେଳେ ଆମକୁ ଏଥିପାଇଁ ଜିଆରପିର ସହାୟତା ନେବାକୁ ପଡିଥାଏ ।

ଅଧିକାରୀଙ୍କ କହିବା ମୁତବାକ, ରେଲୱେ ଆକ୍ଟରେ ଏଭଳି ଅପରାଧକୁ ଦମନ କରିବାକୁ ନିୟମ ପ୍ରଣୟନ କରାଯାଇନାହିଁ । ଆମେ ଯେଉଁ ପ୍ରସ୍ତାବ ଦେଇଛୁ, ସେଥିରେ ଆମେ ଖୁବ୍ ଶୀଘ୍ର ହିଁ କାର୍ଯ୍ୟାନୁଷ୍ଠାନ ନେଇ ପାରିବୁ । ଏଥିସହିତ ହିଁ ଆରକ୍ଷିତ ବଗିରେ ଯାତ୍ରା କରୁଥିବା ପୁରୁଷଙ୍କ ବିରୋଧରେ ଜରିମାନା ୫୦୦ରୁ ୧୦୦୦ ଟଙ୍କା କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ସମ୍ବନ୍ଧିତ ଖବର