୩୩ ଇଞ୍ଚ କନ୍ୟାଙ୍କ ହାତ ଧରିଲେ ୩୪ ଇଞ୍ଚ ବର

ଗୋରଖପୁର:ପୁଅ ଜଣେ ପିଏଚଡି ଯୋଗ୍ୟତାଧାରୀ। ଝିଅ ମଧ୍ୟ ଜଣେ ସ୍ନାତକ ଡିଗ୍ରୀ ଧାରିଣୀ। ମାତ୍ର ଉଭୟଙ୍କ ପରିବାର ସେମାନଙ୍କୁ ବିବାହ ଦେବା ନେଇ ସମସ୍ୟାରେ ପଡ଼ିଥିଲେ। କାରଣ ଥିଲା ସେମାନଙ୍କ ଉଚ୍ଚତା। କୁହାଯାଇ ବିବାହ ସ୍ୱର୍ଗରେ ଇଶ୍ୱର ସ୍ଥିର କରନ୍ତି।ଶେଷର ଇଶ୍ୱରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ୩୪ ଇଞ୍ଚ ଉଚ୍ଚତା ବିଶିଷ୍ଠ ଯୁବକ ଜଣକ ୩୩ଇଞ୍ଚ ଉଚ୍ଚତାର ଯୁବତୀଙ୍କୁ ବେକରେ ବରଣମାଳା ପକାଇ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏହି ନିଆରା ବାହାଘର ନେଇ ଗୋରଖପୁରରେ ଚର୍ଚ୍ଚା।


ଗୋରଖପୁରର ଡ. ସୁନୀଲ ପାଠକ ଜଣେ ସଂସ୍କୃତ ବିଦ୍ୱାନ। ସଂସ୍କତରେ ପିଏଚଡି କରିଥିବା ୪୪ ବର୍ଷିୟ ଡ. ସୁନୀଲ ପାଠକଙ୍କ ବୟସ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପାଇଁ ଉପଯୁକ୍ତ କନ୍ୟାପାତ୍ରଟିଏ ମିଳୁ ନ ଥିଲା। ତାର କାରଣ ଥିଲା ଡ. ସୁନିୀଲ ପାଠକଙ୍କ ଉଚ୍ଚତା ହେଉଛି ମାତ୍ର ୩୪ ଇଞ୍ଚ। ଅର୍ଥାତ ୩ ଫୁଟ୍‌ରୁ କମ୍‌। ତେବେ ଜୀବନରେ ବିବାହ ଆଶା ଛାଡ଼ିଦେଇଥିବା ଡ. ପାଠକଙ୍କ ପାଇଁ ଅପ୍ରତ୍ୟାଶିତ ଭାବେ ଏକ ବିବାହ ପ୍ରସ୍ତାବ ଆସିଥିଲାସେହି ଗୋରଖପୁରର ସାରିକା ମିଶ୍ରଙ୍କ ପରିବାରରୁ। ସାରିକାଙ୍କ ବୟସ ୩୬ ବର୍ଷ ହୋଇ ଯାଇଥିିଲେ ମଧ୍ୟ ସେହିକମ୍‌ ଉଚ୍ଚତା ପାଇଁ ତାଙ୍କ ପାଇଁ କୌଣସି ଯୋଗ୍ୟ ବରପାତ୍ର ମିଳୁ ନ ଥିଲେ। ୩୩ ଇଞ୍ଚ ଉଚ୍ଚତରେ ସାରିକା ଜଣେ ସ୍ନାତକ ମଧ୍ୟ। ତେଣୁ ଯେତେବେଳେଡ. ଅନୀଲ ପାଠକ ଓ ସାରିକାଙ୍କ ମଧ୍ୟରେ ବିବାହ ଲାଗି ପ୍ରସ୍ତାବ ଆସିଲା ଉଭୟ ପରିବାର ବେଶ ଆନନ୍ଦର ସହିତ ଏଥିରେ ରାଜି ହେବା ସହିତ ପରମ୍ପରା ଓ ରୀତିନିତି ଅନୁଯାୟୀ ଉଭୟଙ୍କୁ ବିବାହ ଦେଇଥିଲେ।
ଏ ସମ୍ପର୍କରେ ଡ, ପାଠକ କହିଛନ୍ତି ଯେ ସେମାନେ ୬ ଭଶି ଓ ୬ ଭାଇଙ୍କ ମଧ୍ୟରେ ସେ ତୃତୀୟ। ସବୁ ଭାଇଙ୍କର ବିବାହ ହୋଇଯାଇଥିଲେ ମଧ୍ୟ ତାଙ୍କ କମ୍‌ ଉଚ୍ଚତା ଯୋଗୁଁ ତାଙ୍କର ବିବାହ ହୋଇ ପାରି ନ ଥିଲା। ଏବେ ସାରିକାଙ୍କ ସହିତ ତାଙ୍କର ବିବାହ ହୋଇଥିବାରୁ ସେ ଓ ସାରିକା ବେଶ ଖୁସିର ସହିତ ଦାମ୍ପତ୍ୟଜୀବନ କାଟିବେ ବୋଲି ଡ. ପାଠକ କହିଛନ୍ତି।

ସମ୍ବନ୍ଧିତ ଖବର