ଭୋଟ୍‌ ଦେଉଛନ୍ତି ଜଣେ ୩୫୨ ବର୍ଷର ବ୍ୟକ୍ତି !

ବିଜୟଓ୍ଵାଡା: ଆପଣ ବିଶ୍ୱାସ କରିପାରିବେନି ଯେ କେହି ଜଣେ ୩୫୨ ବର୍ଷର ମଣିଷ ଏବେ ବି ଜୀବତ। ଖାଲି ସେତିକି ନୁହେଁ ସେ ନିର୍ବାଚନ ସମୟରେ ଧାଡିରେ ଠିଆ ହୋଇ ଭୋଟ୍‌ ବି ଦେଇଥାଆନ୍ତି। ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ବିଶାଖା ପଟ୍ଟନମ୍‌ ଜିଲ୍ଲାରେ ୩୫୨ ବର୍ଷୀୟ ଏହି ବ୍ୟକ୍ତି ଜୀବିତ।
ପ୍ରକୃତରେ ନିର୍ବାଚନ କାଗଜ ପତ୍ରରେ ଏଭଳି ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳୁଛି। ଏହା କେବଳ ଗୋଟିଏ ଘଟଣା ନୁହେଁ,ବରଂ ଏଭଳି ହଜାର ହଜାର ତ୍ରୁଟିକୁ ଧରିଛନ୍ତି ଆଇ ଆଇ ଏମ୍‌ ବେଙ୍ଗଲୁରୁର ପୂର୍ବତନ ଛାତ୍ର ତଥା ସଫ୍‌ଟେଓ୍ଵର ଇଂଜିନିୟର୍‌ ଥୁମ୍ମାଲା ଲୋକେଶ୍ୱର ରେଡି ଓ ତାଙ୍କ ଟିମ୍‌।

 

ସେମାନେ ଦର୍ଶାଇଛନ୍ତି ଯେ ମତଦାତାଙ୍କ ତାଲିକାରେ ପ୍ରାୟ ୧୫ ପ୍ରତିଶତ ହେଉଛି ଅବୈଧ ବା ନକଲି। ତା’ଛଡା ସେମାନଙ୍କ ନାଆଁ ମଧ୍ୟ ଏହି ତାଲିକାରେ ଏକାଧିକ ବାର ରହିଛି। ଏହି ମତଦାତାମାନେ ବିଜୟ-ପରାଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ବି କୁହାଯାଉଛି। ଆନ୍ଧ୍ରପ୍ରଦେଶରେ ୩କୋଟି ୨୦ଲକ୍ଷ ମତଦାତା ଅଛନ୍ତି,ଯେଉଁମାନଙ୍କ ମଧ୍ୟରୁ ୫୨ଲକ୍ଷ ୬୭ ହଜାର ଭୋଟର ହେଉଛନ୍ତି ନକଲି।

ସମ୍ବନ୍ଧିତ ଖବର