ସ୍କୁଲ ପରିସରରୁ ମାଟି ତଳୁ ମିଳିଲା ୪ଟି ବ୍ରିଟିଶ ଅମଳର ତୋପ

ବିଶାଖାପାଟଣା:  ମାଟି ତଳେ ପୋତି ହୋଇ ରହିଥିଲା ବ୍ରଟିଶ ଅମଳର ୪ଟି ତୋପ। ତାହା ପୁଣି ଏକ ସ୍କୁଲ ପରିସରରେ।  ସ୍କୁଲର ନିର୍ମାଣ କାର୍ଯ୍ୟ ପାଇଁ ଖନନ ଚାଲିଥିିବା ବେଳେ ଏହପରି ୪ଟି ତୋପକୁ ଉଦ୍ଧାର କରାଯାଇଛି। ଏହି ତୋପ ଗୁଡ଼ିକ ଆନ୍ଧପ୍ରଦେଶର ବିଶାଖାପାଟଣାସ୍ଥିତ କ୍ୱିନ୍‌ ମେରି ସ୍କୁଲ ପରିସରରୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେବ କ୍ୱିନ୍ସ ମେରୀ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଛାତ୍ରଛାତ୍ରୀ ସଂଖ୍ୟା ବଢ଼ୁଥିବାରୁ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ଜରୁରି ହୋଇପଡ଼ିଥଲା। ତେଣୁ ନୂତନ କୋଠା ନିର୍ମାଣ ପାଇଁ ଶ୍ରମିକମାନେ  ସ୍କୁଲ ପରିସରରେ   ନିଅଁ ଖୋଳୁ ଥିବା ବେଳେ ୪ଟି ତୋପ ମାଟି ତଳୁ ଉଦ୍ଧାର କରିଛନ୍ତି।

ଏ ସମ୍ପର୍କରେ ସୂଚନା ପଶଇ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ ସ୍କୁଲରେ ପହଞ୍ଚିଥିଲେ।  ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ପରୀକ୍ଷା କରି ଜାଣିପାରିଥିଲେ ଯେ ତୋପଗୁଡ଼ିକ ବ୍ରିଟିଶ ଅମଳରେ ବ୍ୟବହୃତ  ତୋପ ସହିତ ପ୍ରାୟ ସମାନ। ସମ୍ଭବତଃ ଏହି ତୋପଗୁଡ଼ିକ ଇଷ୍ଟ ଇଣ୍ଡିଆ କମ୍ପାନି ଦ୍ୱାରା  ନିର୍ମାଣ କରାଯାଇ ଏଠାକୁ ଅଣାଯାଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନି ମାଡ୍ରାସ ଡିଭିଜନ ଦ୍ୱାରା ପରିଚାଳିତ ନର୍ଥ ଆର୍ମି ଡିଭିଜନ ହେଡ୍‌ କ୍ୱାର୍ଟର ପାଇଁ  ଏଠାରେ ତାର  ଅସ୍ତ୍ରଶସ୍ତ୍ର ଗୋଦାମ କରିଥିବା ସନ୍ଦେହ କରାଯାଉଛି।

ଐତିହ୍ୟ ସଂଗ୍ରାହକ ବିଜେଶ୍ୱରାପୁ ଏଡ୍‌ଓ୍ଵାଡ୍‌ ପଲ ଙ୍କ କହିବା  ଅନୁଯାୟୀ, ସ୍କୁଲ ଓ ତାର ଆଖପାଖ ଅଞ୍ଚଳରେ ବି୍ରଟିଶ ସମୟରେ ଅସ୍ତ୍ରଶସ୍ତ୍ର ରଖାଯାଉଥିଲା। ପ୍ରାୟତଃ ୧୮୬୦ ମସିହାରେ  ଏହି ସବୁ ଅସ୍ତ୍ରଶସ୍ତ୍ର ତତ୍‌କାଳୀନ ମାଡ୍ରାସ( ବର୍ତ୍ତମାନ ଚେନ୍ନାଇ) ଓ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କେତେକ ତୋପ ଯାହା ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିଲା ତାକୁ ସେମାନେ ସ୍ଥାନାନ୍ତର କରି ନ ଥିଲେ। ହୁଏତ ବ୍ରିଟିଶରମାନେ ଯେଉଁ ଅସ୍ତ୍ରଶସ୍ତ୍ର ଛାଡ଼ି ଯାଇଥିଲେ ସେଗୁଡ଼ିକ ମଧ୍ୟରେ ଏହି ୪ଟି ତୋପ ମଧ୍ୟ ଥାଇ ପାରେ। ପଲ କହିଥିଲେ  ଯେ ବର୍ତ୍ତମାନ ସ୍କୁଲ ଯେଉଁଠାରେ ଅଛି ସେଠାରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିଲା। ପରବର୍ତ୍ତୀ ଅବସ୍ଥାରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସେଠାରୁ ଉଠିଯିବାରୁ ସେଠାରେ ଏକ ମେଡିକାଲ  ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଶେଷରେ ସେଠାରେ  କ୍ୱିନ୍‌ସ ମେରୀ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଯଦି ଉଦ୍ଧାର ହୋଇଥିବା ତୋପଗୁଡ଼ିକୁ  ଯତ୍ନର ସହିତ  ସଫା କରାଯାଏ ତେବେ ସେଥିରୁ  ନିଶ୍ଚିତ କିଛି ଚିହ୍ନ ମିଳିବ ଯେଉଁଥିରୁ ଆମେ ଏହି ତୋପ ଗୁଡ଼ିକ ସମ୍ପର୍କରେ ବେଶ୍‌ ଜାଣି ପାରିବା। ସେହିପରି ଆନ୍ଧ୍ରପ୍ରଦେଶ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଟି ଶିବରାମ ପ୍ରସାଦ ମଧ୍ୟ କହିଛନ୍ତି  ମାଟି ତଳେ ଆଉ କଣ ରହିଥାଇ ପାରେ ତାହା ଜାଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ମାଟିତଳୁ ଉଦ୍ଧାର  ହୋଇଥିବା ତୋପଗୁଡ଼ିକୁ  ଆର କେ ବିଚ୍‌ ରୋଡ୍‌ରେ ରଖାଯାଇ ଲୋକମାନଙ୍କୁ ଆମ ଇତିହାସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ସୂଚନାଯୋଗ୍ୟ ଯେ ୧୯୧୩ ମସିହାରେ ସ୍ଥାପିତ  କ୍ୱିନ୍‌ସ ମେରୀ ସ୍କୁଲ ର ଏହି ପୁରୁଣା କୋଠା (ଯାହା  ସମ୍ଭବତଃ୨୬୫ ବର୍ଷ  ତଳର ପୁରୁଣା) କୁ ସରକାର ଐତିହ୍ୟ ମାନ୍ୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର