ଅପରାଧୀମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯିବାର ୪ଟି କାରଣ ଜାଣିବେ କି?

ରାତିରେ ନୁହେଁ କି, ଦିନରେ ନୁହେଁ; ଠିକ୍‌ ସୂର୍ଯ୍ୟୋଦୟ ପୂର୍ବରୁ କାହିଁକି ବନ୍ଦୀ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ? କେତେକ ଦେଶରେ ମୁଣ୍ଡକାଟ କରାଯାଇ, ଅନ୍ୟ କେତେକ ଦେଶରେ ଫାଶୀ ଦିଆଯାଇ ମୃତ୍ୟୁଦଣ୍ଡ ଦିଆଯାଇଥାଏ। ସେ ଯେଉଁ ପ୍ରକାରର ମୃତ୍ୟୁଦଣ୍ଡ ହୋଇଥାଉ ନା କାହିଁକି, ଏହାକୁ ସର୍ବଦା ସୂର୍ଯ୍ୟେଦୟ ପୂର୍ବରୁ ହିଁ କାର୍ଯ୍ୟକାରୀ କରାଯାଇଥାଏ।

ଆଇନଗତ, ପ୍ରଶାସନିକ, ନୈତିକ ଏବଂ ସାମାଜିକ:- ଏଇ ଚାରିଟି କାରଣ ଯୋଗୁଁ ଏପରି ହୋଇ ଥାଏ।

୧. ଆଇନଗତ କାରଣ: ହତ୍ୟା କରାଯିବା ପୂର୍ବରୁ ସେ ବ୍ୟକ୍ତିଙ୍କୁ ବନ୍ଦୀଶାଳାରେ ରଖାଯାଇଥିବାରୁ ପ୍ରିଜନ୍‌ ମାନୁଆଲ୍‌ ଅନୁଯାୟୀ ଆଇନଗତ କାର୍ଯ୍ୟ ଜେଲ୍‌ ପରିଧି ମଧ୍ୟରେ କରାଯାଇଥାଏ। ଭାରତୀୟ ଜେଲ୍‌ ମାନୁଆଲ୍‌ ଅନୁସାରେ, ଫରଚା ହେବା ପୂର୍ବରୁ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବା ବାଞ୍ଛନୀୟ। ସରକାରଙ୍କ ଦ୍ୱାରା ଅନୁମୋଦିତ ଆଦେଶ ଅନୁସାରେ ବିଭିନ୍ନ ଋତୁର ଦିନର ସଦ୍ୟତମ ସମୟ ନିର୍ଦ୍ଧାରଣ କରାଯିବ।

୨. ପ୍ରଶାସନିକ କାରଣ: ଜେଲ୍‌ କର୍ତ୍ତୃପକ୍ଷମାନଙ୍କ ପାଇଁ ମୃତ୍ୟୁଦଣ୍ଡ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇ ଥିବାରୁ ସାଧାରଣତଃ ତାହା ସକାଳେ କାର୍ଯ୍ୟକାରୀ ହୋଇଥାଏ। ଏହାଦ୍ୱାରା ଜେଲ୍‌ର ଦୈନନ୍ଦିନ କାର୍ଯ୍ୟ ସମାପନ ହୋଇ ନ ଥାଏ।

୩. ନୈତିକ କାରଣ: ମୃତ୍ୟୁଦଣ୍ଡରେ ଦଣ୍ଡିତ ଅନ୍ତେବାସୀଙ୍କୁ ଦିନବେଳା ମୁହୂର୍ତ୍ତେ ମଧ୍ୟ ଅପେକ୍ଷା କରାଇବା ଅନୁଚିତ। ସେମିତି ହେଲେ ତାଙ୍କର ମାନସିକ ଯନ୍ତ୍ରଣା ବଢ଼ିଯିବ। ମୃତ୍ୟୁଦଣ୍ଡ ଦିଆଯିବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ନିଦରୁ ଉଠାଇ ଦିଆଯିବ। ନିତ୍ୟକର୍ମ ସାରିବା ଉତ୍ତାରେ ସେ ପ୍ରାର୍ଥନା (ଇଚ୍ଛାଧୀନ) କରିବେ। ତା’ପରେ ତାଙ୍କୁ ମୃତ୍ୟୁଦଣ୍ଡସ୍ଥଳୀକୁ ନିଆଯିବ। ଏ ସବୁ ପ୍ରତ୍ୟୁଷରୁ ସରିଯିବା ଯୋଗୁଁ ଶେଷକୃତ୍ୟ ପାଇଁ ତାଙ୍କ ପରିବାର ଲୋକେ ତାଙ୍କ ଜନ୍ମସ୍ଥାନକୁ ନେଇଯିବାକୁ ସମୟ ପାଇବେ।

୪. ସାମାଜିକ କାରଣ: ଜଣକୁ ମୃତ୍ୟୁଦଣ୍ଡ ଦିଆଯିବା ପ୍ରଭାବିତ ସମାଜ ପାଇଁ ବଡ଼ ଖବର। ସମାଜର ସାମଗ୍ରିକ ବିବେକ ଏବଂ ସାମାଜିକ ବିଷାଦ ବା ବିଦ୍ରୋହ ଉପୁଜିବାର ସମ୍ଭାବନା ଥିବାରୁ ସମାଜ ଜାଗ୍ରତ ହେବା ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ।

ସମ୍ବନ୍ଧିତ ଖବର