ଅତ୍ୟଧିକ କରୋନା ସଂପର୍କିତ ଖବର ଦେଖୁଛନ୍ତି କି? ହୋଇପାରନ୍ତି ମାନସିକ ବିକୃତିର ଶିକାର

ନୂଆଦିଲ୍ଲୀ: ଗତ କିଛି ଦିନ ଭିତରେ ଗଣମାଧ୍ୟମରେ ବାସ୍‌ ଗୋଟାଏ ଖବର, କରୋନା ଭାଇରସ୍‌। ଆପଣ ବି ନିଶ୍ଚୟ କରୋନା ସଂପର୍କିତ ଖବର ଦେଖିବାକୁ ପସନ୍ଦ କରୁଥିବେ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କରୋନା ସଂପର୍କିତ ଅଧିକ ଖବର ଦେଖିଲେ ତାହା ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ।

ଗବେଷଣା‌େରେ ସାମିଲ୍‌ କରାଯାଇଥିବା ଅନେକ ଲୋକ ବାସ୍‌ ସେଇ ଗୋଟାଏ କଥା କୁହନ୍ତି ଯେ କରୋନା ସଂପର୍କିତ ଖବର ଦେଖିବା ପରେ ସେମାନେ ଭାରାକ୍ରାନ୍ତ ଓ ଚିନ୍ତାଶୀଳ ଅନୁଭବ କରନ୍ତି। ମନ୍‌ସ୍ତତ୍ବବିତ୍‌ମାନେ ମତ ପ୍ରକାଶ କରିଛନ୍ତି ଯେ ଅଧିକ ସଂଖ୍ୟକ କରୋନା ଖବର ଦେଖିବା ଦ୍ବାରା ଲୋକଙ୍କ ଭିତରେ ଏକ ଭୟ ସୃଷ୍ଟି ହେଉଛି।

ଆପଣ ଜାଣିଥିବେ ନିଶ୍ଚୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କରୋନା ମୁକାବିଲା ପାଇଁ ୨୧ ଦିନିଆ ଦେଶବ୍ୟାପି ଲକ୍‌ଡାଉନ୍‌ ଘୋଷଣା କରିବା ପରେ ୧.୩ ବିଲିୟନ ଭାରତୀୟ ଘରେ ବନ୍ଦ ହୋଇ ରହିବାକୁ ବାଧ୍ୟ ହୋଇ ପଡ଼ିଛନ୍ତି।

ଗବେଷକମାନେ କହିଛନ୍ତି ଯେ ଘରେ ବସି ଲୋକମାନେ କେବଳ କରୋନା ସଂପର୍କିତ ଖବର ଦେଖିବା ଛାଡ଼ି ଘରୋଇ ଖେଳକୁଦରେ ମନୋନିବେଶ କରିବା ମାନସିକ ସୁସ୍ଥତା ପାଇଁ ଭଲ।

ଯେଉଁମାନେ କରୋନା ଖବର ଦେଖିବା ପରେ ଅତ୍ୟଧିକ ଭୟଭୀତ ହେଉଛନ୍ତି ସେମାନେ ଏପରି ଖବରରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଗବେଷକମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର