ଜୀବନ ବଦଳାଇ ଦେବ ଶିବ ପାର୍ବତୀଙ୍କୁ କହିଥିବା ୫ଟି ଗୁପ୍ତକଥା

ଭିନ୍ନ ଭିନ୍ନ ପରିସ୍ଥିତିରେ ଶିବ ପାର୍ବତୀଙ୍କୁ ଅନେକ କଥା ଶିକ୍ଷା ଦେଇଥିଲେ। ତାଙ୍କର ସେ ଶିକ୍ଷା ସାଧାରଣ ମାନବ ଜୀବନ, ପରିବାର ଓ ବୈବାହିକ ଜୀବନ ପାଇଁ ମଧ୍ୟ ଅମୂଲ୍ୟ ସମ୍ପଦ ଭଳି। ତନ୍ମଧ୍ୟରୁ ଶିବ ପାର୍ବତୀଙ୍କୁ କହିଥିବା ୫ଟି ମୂଲ୍ୟବାନ ଗୁପ୍ତ କଥା ପ୍ରତି ମଣିଷ ପାଇଁ ଅତ୍ୟାବଶ୍ୟକ। ତାହାକୁ ମାନି ସେହି ଅନୁସାରେ ଚଳିବା ବିଧେୟ।

ମହାପୁଣ୍ୟ ଓ ମହାପାପ: ଥରେ ପାର୍ବତୀ ଶିବଙ୍କୁ ପଚାରିଲେ ମଣିଷ କରୁଥିବା ମହାପୁଣ୍ୟ ଏବଂ ମହାପାପ ପ୍ରସଙ୍ଗରେ। ଶିବ ଉତ୍ତର ଦେଇ କହିଲେ: ମଣିଷର ମହାପୁଣ୍ୟ ହେଲା ସତ୍ୟନିଷ୍ଠ ହେବା ଓ ସମ୍ମାନିତ ହେବା। ମହାପାପ ହେଉଛି ଅସାଧୁ ହେବା ଏବଂ ସେଭଳି କାର୍ଯ୍ୟକୁ ସମର୍ଥନ କରିବା। ତେଣୁ ଜଣେ ସର୍ବଦା ସାଧୁ ଏବଂ ସତ୍ୟ କର୍ମରେ ଲିପ୍ତ ହେବା ଉଚିତ।

ନିଜେ ନିଜର ସାକ୍ଷୀ: ମଣିଷ ଅନୁସରଣ କରିବା ନିମନ୍ତେ ଦ୍ୱିତୀୟ କଥାଟି ହେଲା ନିଜେ ନିଜ କର୍ମର ସମୀକ୍ଷା କରିବା। ଅର୍ଥାତ୍‌ ନିଜେ ସାକ୍ଷୀ ହୋଇ ଆପଣା କଲା କର୍ମକୁ ଯାଞ୍ଚ କରିବା। ଫଳତଃ ଜଣେ ଆଉ ଅନୈତିକ କାର୍ଯ୍ୟରେ ଲିପ୍ତ ହେବ ନାହିଁ।

ଏଇ ତିନୋଟି କାର୍ଯ୍ୟରେ ଲିପ୍ତ ହୁଅ ନାହିଁ: ବାକ୍ୟ, କାର୍ଯ୍ୟ ଓ ଭାବନାରେ ପାପ ସଞ୍ଚାର କରୁଥିବା କୌଣସି କାର୍ଯ୍ୟରେ ମଣିଷ ସମ୍ପୃକ୍ତ ହେବା ଅନୁଚିତ। ମଣିଷ ଯେଉଁ ମଞ୍ଜି ପୋତିବ, ସେଇ ଫଳ ଫଳିବ। ତେଣୁ କାମ କରିବା ପୂର୍ବରୁ ପରଣତି ବିଷୟରେ ଉତ୍ତମ ରୂପେ ଚିନ୍ତା କରିବା ଆବଶ୍ୟକ।

ସଫଳତା ପାଇଁ ମନ୍ତ୍ର ମାତ୍ର ଗୋଟିଏ: ମୋହ ହିଁ ସବୁ ସମସ୍ୟାର ମୂଳ। ମୋହମାୟା ସ୍ଥାଣୁତା ଆଣୁ ଥିବାରୁ ସଫଳତା ବାଧା ପାଇଥାଏ। ଏହାକୁ ତ୍ୟାଗ କରି ପାରିଲେ ଜୀବନରେ ସଫଳତା ହାସଲ କରିବାକୁ କୌଣସି ବାଧା ରହିବ ନାହିଁ। ମଣିଷ ଶରୀର ନସ୍ୱର- ଏଇ ମୂଳ କଥାଟିକୁ ସର୍ବଦା ମନେ ରଖିବା ଉଚିତ।

ଜୀବନ ବଦଳାଇ ପାରୁଥିବା ଚମତ୍କାରୀ କଥା: ଶିବ ପାର୍ବତୀଙ୍କୁ କହିଲେ କି, ମୃଗତୃଷ୍ଣା ବା ଅଳିକ ପଛରେ ଧାଇଁବା ହିଁ ସବୁ ଦୁର୍ଦ୍ଦଶାର ମୂଳ କାରଣ। ବିଷୟା ପଛରେ ନ ଧାଇଁ ମଣିଷ ଜପତପ କଲେ କର୍ମ ଓ ବନ୍ଧନରୁ ମୋକ୍ଷ ପାଇବ।

ସମ୍ବନ୍ଧିତ ଖବର