ମହିଳାଙ୍କ ସଂପର୍କରେ ଲେଖାଯାଇଥିବା ଏହି ୫ ବାଣୀ ଆପଣଙ୍କ ଭାବନା ବଦଳାଇ ଦେବ

ମହିଳାମାନଙ୍କୁ ଅନେକ ଦୁର୍ବଳ ଓ ଅକ୍ଷମ ବୋଲି ଭାବିଥାନ୍ତି ସିନା, ବାସ୍ତବରେ ସେପରି ଆଦୌ ବି ନୁହେଁ। ସାରା ଦୁନିଆ ମହିଳାର ଶକ୍ତିରେ ହିଁ ଶକ୍ତିଶାଳୀ। ଏମାନେ କେବେ ବି ଦୁର୍ବଳ ନୁହଁନ୍ତି। ଏହି ମହିଳାମାନଙ୍କ ସକାଶେ କିଛି ବାଣୀ ରହିଛି। ଯାହା ଆଲୋଚନା କରିବା ପରେ ଆପଣ କହିବେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି ମହିଳା।

: ଯଦି ଆପଣ କୌଣସି ମହିଳାଙ୍କ ବିଷୟରେ ଶୁଣିବାକୁ ପାଉଛନ୍ତି। ତେବେ ନିଶ୍ଚିତ ହୁଅନ୍ତୁ ଯେ ତାହା କୌଣସି ବ୍ୟକ୍ତି ପ୍ରଘଟ କରିଥିବା ଏକ ମିଥ୍ୟା, ଯିଏକି ସେ ମହିଳାକୁ ହାସଲ କରିପାରି ନାହିଁ। ଅଥବା ଆଉ ଜଣେ ମହିଳା ପ୍ରଘଟ କରିଥିବା ଏକ ମିଥ୍ୟା, ଯିଏ କି ସେ ମହିଳା ସହ ସମାନ ହୋଇପାରେ ନାହିଁ।

: ଜଣେ ମହିଳାର ନିରବତା ଭିତରେ ହିଁ ଲୁଚି ରହିଥିଏ ପୃଥିବୀର ସବୁଠାରୁ ବଡ଼ ଗର୍ଜନ।

: ସମାଜକୁ ପରିବର୍ତ୍ତନ କରାଇବାର ସବୁଠାରୁ ସର୍ଟକର୍ଟ ରାସ୍ତା ହେଉଛି ମହିଳାଙ୍କୁ ସମାଜ ସହ ପରିଚିତ କରାଇବା।

: ଜଣେ ଶକ୍ତିଶାଳୀ ମହିଳା ଚ୍ୟାଲେଞ୍ଜକୁ ଆଖିରେ ନେଇ ଆଖିମାରି(ଓ୍ଵିଙ୍କ୍‌) ତାହାକୁ ସମାଧାନ କରିପାରିବାର ସାମର୍ଥ୍ୟ ରଖିଥାନ୍ତି।

: ମହିଳାମାନେ ନିଜକୁ ଏପରି ଗଢ଼ନ୍ତୁ ଯାହାଙ୍କ ନିଶ୍ୱାସରୁ ନିଆଁ ବାହାରିବ।

ସମ୍ବନ୍ଧିତ ଖବର