୩ ମହଲାରୁ ଖସୁଥିବା ଶିଶୁକୁ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଇଜିପ୍ଟରେ ସୁରକ୍ଷା କର୍ମୀ ନିଜ ଦାୟିତ୍ୱକୁ ସଫଳତାର ସହ ତୁଲାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଜୀବନକୁ ଖାତିର ନ କରି ଅନ୍ୟକୁ ବଞ୍ଚାଇବା ସେମାନଙ୍କର ପ୍ରଥମ କାମ ବୋଲି ସେମାନେ ପ୍ରମାଣ କରି ଦେଖାଇଛନ୍ତି । ଉପସ୍ଥିତ ବୁଦ୍ଧି ଏବଂ ସାହସ ଦେଖାଇ ଏକ ୩ ମହଲା କୋଠାରୁ ତଳକୁ ଖସୁଥିବା ୫ ବର୍ଷର ଶିଶୁକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଇଜିପ୍ଟର ସୁରକ୍ଷାକର୍ମୀ । ଶିଶୁଟି ସୁରକ୍ଷିତ ଥିବା ବେଳେ ଜଣେ ସୁରକ୍ଷାକର୍ମୀଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଜଣା ପଡ଼ିଛି ।

The Asian Age

ସୂଚନା ମୁତାବକ, ସୁରକ୍ଷାକର୍ମୀମାନେ ଏକ ବ୍ୟାଙ୍କକୁ ଜଗିଥିବା ବେଳେ ହଠାତ୍‌ ଜଣଙ୍କର ‘ବଞ୍ଚାଅ ବଞ୍ଚାଅ’ ଚିତ୍କାର ସେମାନଙ୍କୁ ଶୁଭିଥିଲା । ବ୍ୟାଙ୍କ ବାହାରକୁ ଯାଇ ଦେଖିବା ପରେ ଗୋଟିଏ ଶିଶୁ ତୃତୀୟ ମହଲା ବାଲକୋନିରେ ଓହଳିଥିବା ଦେଖିଥିଲେ । ଏହା ପରେ ଶିଶୁଟିକୁ ବଞ୍ଚାଇବା ପାଇଁ ସୁରକ୍ଷାକର୍ମିମାନେ ତୁରନ୍ତ ଚେଷ୍ଟା ଆରମ୍ଭ କରି ଦେଇଥିଲେ । ପାଖରେ ଥିବା କାର୍‌ପେଟକୁ ଆଣି ଶିଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳକୁ ଶିଶୁଟି ତଳକୁ ଖସି ଆସିଥିଲା । ଏହି ସମୟରେ ଜଣେ ସୁରକ୍ଷାକର୍ମୀ ତାକୁ ହାତରେ ଧରି ନେଇଥିଲେ ।

ଧରିବା ପରେ ମଧ୍ୟ ଗତି ଅଧିକ ଥିବାରୁ ଶିଶୁଟି ତଳେ ପଡ଼ିଯିବା ସହ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଅନ୍ୟ ପକ୍ଷରେ ଶିଶୁଟି ସୁସ୍ଥ ଥିବା ଜଣା ପଡ଼ିଥିବା ବେଳେ ସୁରକ୍ଷାକର୍ମୀଙ୍କର ଚିକିତ୍ସା କରାଯାଇଛିା ଏହି ପୂରା ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସୁରକ୍ଷାକର୍ମୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ସମ୍ବନ୍ଧିତ ଖବର