ଏକବର୍ଷ ହେବ ଖିଆପିଆ ନକରି ମାଆ ଓ ତାର ୭ବର୍ଷର ପୁଅ ଗୋଟିଏ କଠୋରିରେ ବନ୍ଦୀ ଥିଲେ, ଜାଣନ୍ତୁ କାରଣ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଠୋରୀରୁ ୫୦ବର୍ଷର ମା’ ଓ ତାର ୭ବର୍ଷର ପୁଅକୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଗତ ଏକବର୍ଷ ହେବ ୫୦ବର୍ଷୀୟ ମହିଳା ଓ ତାର ପୁଅ ଲଧିଆନାର ଡୁଗରିସ୍ଥଇତ ସିଆରପିଏଫ କ୍ୱାର୍ଟରରେ ବନ୍ଦ ଥିଲେ। ସ୍ଥାନୀୟଲୋକଙ୍କ ଅଭିଯୋଗ କ୍ରମେ ଲୁଧିଆନା ଡିଷ୍ଟ୍ରିକ୍ଟ ସର୍ଭିସେଜ ଲିଗଲ ଅଥରିଟି (ଡିଏଲଏସଏ)ର ଟିମ୍‌ ଅନୁସନ୍ଧାନ ଆରମ୍ଭ କରି ମା’ ଓ ପୁଅକୁ ଉଦ୍ଧାର କରିଛନ୍ତି। କଠୋରୀରେ ବନ୍ଦୀ ଥିବା ମହିଳା ଓ ତାଙ୍କ ପୁଅ ମାନସିକସ୍ତରରେ ଦୁର୍ବଳ ଥିବା କଥା କୁହାଯାଉଛି।

ସୂଚନାଯୋଗ୍ୟ, ସିଜିଏମ ଗୁରପ୍ରୀତ କୌରଙ୍କୁ ଅଭିଯୋଗ ମିଳିଥିଲା କି ଦୁଗରିସ୍ଥିତ ସିଆରଫିଏଫ କ୍ୱାର୍ଟରରେ ମାନସିକସ୍ତରରେ ଦୁର୍ବଳ ଥିବା ଜଣେ ମା’ ତାର ୭ବର୍ଷର ପୁଅ କଠୋରୀରେ ବନ୍ଦୀ ଅଛନ୍ତି। ଏହାପରେ ସେ ଲୁଧିଆନର ସିଭିଲ ସର୍ଜନ, ଏକ ମନୋଚିକିତ୍ସକ, ଏକ ଓକିଲ, ଲୁଧିଆନାର ଡିଷ୍ଟ୍ରିକ୍ଟ ସର୍ଭିସେଜ ଲିଗଲ ଅଥରିଟିର ସଚିବ ସହିତ ସେହି କ୍ୱାର୍ଟରରେ ପହଞ୍ଚି ଥିଲେ। ସେ ଦେଖିଥିଲେ ଯେଉଁଘରେ ମା’ ଓ ପୁଅ ବନ୍ଦୀ ଅଛନ୍ତି ସେ ଘର ଅବସ୍ଥା ଖୁବ୍‌ ଖରାପ ଥିଲା। ଯଦି ତାଙ୍କୁ ସଠିକ୍‌ ସମୟରେ ଉଦ୍ଧାର କରାଯାଇ ନଥିଲା ତାଙ୍କର ମୃତ୍ୟୁ ହୋଇଯାଇଥାଆନ୍ତା। ଦୁହିଁଙ୍କ ଶରୀରରେ ପାଣିର ପରିମାଣ କମି ଯାଇଥିଲା। ମା’ ଓ ପୁଅକୁ ଉଦ୍ଧାର କରିବା ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମା’ ଓ ପୁଅଙ୍କ ଏଭଳି ଅବସ୍ଥା ହୋଇଯାଇଥିବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର