ବିଶ୍ୱରେ ରହିଛି ଏଭଳି ୬ଟି ଦେଶ ଯେଉଁଠାରେ କିଛିଦିନ ପାଇଁ ସୂର୍ଯ୍ୟ ହୁଅନ୍ତି ନାହିଁ ଅସ୍ତ !

ବିଶ୍ୱରେ ରହିଛି ଏଭଳି ୬ଟି ଦେଶ ଯେଉଁଠାରେ କିଛିଦିନ ପାଇଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ବା ଏଠାରେ ରାତି ହୁଏ ନାହିଁ। ଆସନ୍ତୁ ଜାଣିବା ଏଭଳି ଦେଶ ସମ୍ପର୍କରେ…

ନରୱେ : ନରୱେ ଏକ ଖୁବ ସୁନ୍ଦର ଦେଶ। ମଇରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହା କାରଣରୁ ନରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ ।

ସ୍ୱିଡେନ : ଆପଣ ଜାଣି ଆଶ୍ଚଯର୍ଜ୍ଞ୍ୟ ଦେବେ ଯେ ଏହି ଦେଶରେ ସୂର୍ଯ୍ୟ ୧୦୦ ଦିନ ପର୍ଯ୍ୟନ୍ତ ଅସ୍ତ ଦୁଅନ୍ତି ନାହିଁ । ମଇ ମାସଠାରୁ ଆରମ୍ଭ କରି ଅଗଷ୍ଟ ମାସ ପର୍ଯ୍ୟନ୍ତ ଲଗାତାର ଦିନ ହିଁ ଥାଏ ରାତି ହୁଏ ନାହିଁ ।

ଆଲାସ୍କା : ଆଲାସ୍କା ମଧ୍ୟ ଏପରି ଏକ ଦେଶ ଯେଉଁଠାରେ ମଇରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତି ହୁଏ ନାହିଁ । ଏଠାରେ ରାତି ୧୨:୩୦ରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଏବଂ ୫୧ ମିନିଟ ପରେ ପୁଣିଥରେ ସୂର୍ଯ୍ୟଦୟ ହୋଇଥାଏ ।

ଫିନଲ୍ୟାଣ୍ଡ : ଫିନଲ୍ୟାଣ୍ଡର ସୁନ୍ଦରତାକୁ ଆହୁରି ସୁନ୍ଦର କରିଥାଏ ସେଠାକାର ହ୍ରଦ। ଗରମ ଦିନରେ ଏଠାରେ ଲଗାତାର ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଦୁଅନ୍ତି ନାହିଁ । ଟ୍ରାଭେଲିଂ ପାଇଁ ଏହା ସବୁଠାରୁ ଭଲ ଅପସନ ।

କାନାଡା : କାନାଡାର ଉତ୍ତର-ପଶ୍ଚିମ ଭାଗରେ ୫୦ ଦିନ ପର୍ଯ୍ୟନ୍ତ ରାତି ହୁଏ ନାହିଁ । କିନ୍ତୁ ଏହା କାନାଡାର କିଛି ଅଂଶରେ ଦେଖିବାକୁ ମିଳିଥାଏ ।

ଆଇସଲ୍ୟାଣ୍ଡ : ଆଇସଲ୍ୟାଣ୍ଡ ପ୍ରକୃତିକ ସୁନ୍ଦରତାରେ ଭରପୂର ଏପରି ଏକ ଦେଶ ଯେଉଁଠାରେ ୧୦ ମଇ ଠାରୁ ଆରମ୍ଭ କରି ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଦୁଅନ୍ତି ନାହିଁ । ଏଠାରେ ରାତି ଅଧରେ ମଧ୍ୟ ଆପଣ ଦିନର ମଜା ନେଇ ପାରିବେ।

ସମ୍ବନ୍ଧିତ ଖବର