ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା: ଜାଣନ୍ତୁ ବୁଦ୍ଧ କହିଥିବା ଭଲପାଇବା ସଂପର୍କରେ ୬ଟି ମନଛୁଆଁ କଥା

୧- ନିଜକୁ ଭଲ ପାଇଥିବା ଲୋକ କେବେ ଅନ୍ୟକୁ ଦୁଃଖ ଦେଇପାରେନା। ଯିଏ ଅନ୍ୟକୁ ଦୁଃଖ ଦେଇପାରେ ସେ କେବେ ହେଲେ ନିଜକୁ ଭଲପାଇ ପାରିନାହିଁ। ପ୍ରଥମେ ନିଜକୁ ଭଲପାଇବା ଶିଖିଗଲେ ଅନ୍ୟର ଭଲପାଇବା ବି ମିଳିଯିବ। ନିଜକୁ ଭଲପାଉଥିବା ବ୍ୟକ୍ତି ଅନ୍ୟର ଆଖିରେ ତାହାର ପ୍ରତିବିମ୍ବ ଦେଖିପାରିବ।

୨- ଶାନ୍ତି ଏକ ଅର୍ନ୍ତହିତ ଅନୁଭବ। ତାହାକୁ ବାହାରେ ଖୋଜିଲେ ମିଳେନା। ଜଣେ ଅନ୍ୟଜଣକୁ କେତେ ଶ୍ରଦ୍ଧା କରେ ବା କରିପାରେ ସେଥିପାଇଁ ମାପକାଠି ନାହିଁ। କାହାର ଉପରକୁ ଚାହିଁଲେ ସ୍ନେହ ଦିଶେନା।

୩- ସମଗ୍ର ବିଶ୍ୱକୁ ଏପରି ଭଲପାଅ ଯେପରି ଜଣେ ମାଆ ତା’ ପିଲାକୁ ଭଲପାଏ। ଏମିତି ଦୃଷ୍ଟିରେ ଦେଖ ଯେମିତି ସମସ୍ତଙ୍କ ଦୃଷ୍ଟିରେ ତୁମର ମଙ୍ଗଳ ଦିଶିବ। ଅନ୍ୟ ଭଲପାଇବାର ଶକ୍ତି ବ୍ୟକ୍ତିକୁ ଏପରି ଆତ୍ମବିଶ୍ୱାସୀ ସଜାଏ ଯାହା କେବେ ବି ହାରିବାକୁ ଦିଏନା।

୪-କଥା ହେଉଥିବା ବେଳେ ସଂଯମତା ନରହିଲେ ବି ସତର୍କତା ନିହାତି ଅବଲମ୍ବନ କରିବା ଉଚିତ। ଆମେ ଭଲପାଉଥିବା ବ୍ୟକ୍ତି କେଉଁ ଧରଣର, ତାଙ୍କୁ ଆମର କି ପ୍ରକାରର ଆଚରଣ କଷ୍ଟ ଦେଇପାରେ ସେ ପ୍ରତି ଯତ୍ନଶୀଳ ହେବା ଉତ୍ତମ ବ୍ୟକ୍ତିର କାମ।

୫- ଅନେକ ଘୃଣା ପଛରେ ଭଲପାଇବା ଥାଏ। ବେଳେ ବେଳେ ଭଲପାଉଥିବା ଲୋକଟି ଉପରେ ବିରକ୍ତ ଭାବ ପ୍ରକାଶ କରିବା, କଷ୍ଟ ଦେବା ପରି କଥା ହେବା ଆଦି ବାହାରକୁ ଘୃଣା ପରି ଦିଶୁଥିଲେ ବି ବାସ୍ତବରେ ସେଥିରେ ଅଜର୍ସ ସ୍ନେହ ଲୁଚି ରହିଥାଏ। ଅବଶ୍ୟ ସବୁ କ୍ଷେତ୍ର ପାଇଁ ଏହା ପ୍ରଯୁଜ୍ୟ ନୁହେଁ।

୬- ଯିଏ ନିଜ ପାଖରେ ଥିବା ସୁଖକୁ ବୁଝିପାରନ୍ତି ନାହିଁ ସେ ଅନ୍ୟ ପାଖରେ ଥିବା ନିଜ ପାଇଁ ସ୍ନେହକୁ ବି ବୁଝିପାରନ୍ତି ନାହିଁ। ଅଧିକାଂଶ ଲୋକ ଏମିତି ଭାବି ଜୀବନ କାଟି ଦିଅନ୍ତି ଯେ ମୋତେ କେହି ବି ସ୍ନେହ କରନ୍ତି ନାହିଁ। ମାତ୍ର ବାସ୍ତବରେ ଅନେକ ସମୟରେ ସେପରି ହୋଇନଥାଏ।

ସମ୍ବନ୍ଧିତ ଖବର