ଏହି ୫ ପରିସ୍ଥିତିରେ ବ୍ୟକ୍ତି ଜୀବନରୁ ହଜିଯାଏ ସୁଖ! ଜାଣନ୍ତୁ କ’ଣ ସେହି ପରିସ୍ଥିତି

ଜ୍ଞାନୀଗୁଣୀ କୁହନ୍ତି ଆମ ନିଜ ମନର ଶାନ୍ତି କ୍ଷୁର୍ଣ୍ଣ କରିବା ପାଇଁ ଅନ୍ୟକୁ ସୁଯୋଗ ଦେବା ଅନୁଚିତ। ମଣିଷ ମନର ଶାନ୍ତି କ୍ଷୁର୍ଣ୍ଣ ନିଜ କାରଣରୁ ହିଁ ହୋଇଥାଏ। ମାତ୍ର ଆଚାର୍ଯ୍ୟା ଚାଣକ୍ୟଙ୍କ କହିବା ଅନୁଯାୟୀ ଏମିତି କେତେକ ପରିସ୍ଥିତି ଆସେ ଯାହା ଜଣେ ବ୍ୟକ୍ତି ଜୀବନରୁ ସୁଖ, ଶାନ୍ତି ଛଡ଼ାଇ ନିଏ। ସେହି ପରିସ୍ଥିତିଗୁଡ଼ିକ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି।

ଜଣେ ମଣିଷ ଯେତେବେଳେ ନିଜ ପାଖରେ ଥିବା ଜିନିଷକୁ ଅଣଦେଖା କରି ନିଜ ପାଖରେ ନଥିବା ଜିନିଷକୁ ଝୁର ହୁଏ ସେତେବେଳେ ଜୀବନରୁ ଖୁସି ଚାଲିଯାଏ। ଜଣେ ମଣିଷକୁ ସବୁବେଳେ ପାଖରେ ଥିବା ଜନିଷର ଗୁରୁତ୍ୱ ସଂପର୍କରେ ଚିନ୍ତା କରିବା ଉଚିତ।

ଯେତେବେଳେ ଜଣେ ମଣିଷ ନିଜ ଜ୍ଞାନ, ବୁଦ୍ଧି ପରିବର୍ତ୍ତେ ନିଜକୁ ଜାତି, ଧର୍ମ, ବର୍ଣ୍ଣ କିମ୍ବା ବଂଶ ହିସାବରେ ତଉଲିବା ଆରମ୍ଭ କରେ ସେହି ମୁହୂର୍ତ୍ତରେ ଶାନ୍ତି ସରିଯାଏ ଜୀବନରୁ।

ଯଦି ଜଣେ ବ୍ୟକ୍ତିଙ୍କ ପତ୍ନୀ ଅସୁସ୍ଥକର ଖାଦ୍ୟ ରୋଷେଇ କରୁଥାନ୍ତି ତେବେ ସେହି ବ୍ୟକ୍ତିର ଭବିଷ୍ୟତ ଅନ୍ଧାରମୟ ଏଥିରେ ଆଦୌ ସନ୍ଦେହ ନାହିଁ।

ପୁଅ ବଡ଼ ହେଲା ପରେ ଯଦି ବାପାର ଅଦେଶକୁ ଅଣଦେଖା କରେ ତେବେ ମାନିନେବା ଉଚିତ ଯେ ସେହି ବ୍ୟକ୍ତି ଜୀବରୁ ଶାନ୍ତି କମି କମି ଯାଏ।

ଯେଉଁ ବ୍ୟକ୍ତିର ଝିଅ ବିଧବା ହୋଇଯାଏ ସେ କେବେ ହେଲେ ଜୀବନରେ ଆଉ ସୁଖୀ ହୋଇପାରେ ନାହଁ ବୋଲି ଅର୍ଥଶସ୍ତ୍ର ରଚୟିତା ଚାଣକ୍ୟ କହି ଯାଇଛନ୍ତି।

ସମ୍ବନ୍ଧିତ ଖବର