ୟୁଟ୍ୟୁବ୍‌ରେ ଟଏ ସମୀକ୍ଷା କରି ବର୍ଷକୁ ୧୧ ମିଲିୟନ୍‌ ଡଲାର କମାଉଛନ୍ତି ୬ ବର୍ଷିଅ ଏହି ବାଳକ

ରିୟାନ ନାମକ ଜଣେ ୬ ବର୍ଷର ବାଳକ ବର୍ଷକୁ ୧୧ ମିଲିୟନ୍‌ ରୋଜଗାର କରି ଚର୍ଚ୍ଚାରେ। ରିୟାନ୍‌ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଟଏ ସମୀକ୍ଷା କରି ଏହି ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ନାମ ହେଉଛି ‘ରିୟାନ୍‌ ଟଏଜ୍‌ ରିଭ୍ୟୁ’। ଫୋବ୍‌ସ ପତ୍ରିକାରେ ପ୍ରକାଶ ପାଇଥିବା ସୂଚନା ମୁତାବକ ରିୟାନ ହେଉଛନ୍ତି ୟୁଟ୍ୟୁବ୍‌ ବ୍ୟବସାୟୀମାନଙ୍କ ଭିତରେ ଷ୍ଟାର୍‌। ରିୟାନ୍‌ଙ୍କର ଏହି ଚ୍ୟାନେଲ୍‌ ୨୦୧୫ ମସିହାରେ ଆରମ୍ଭ ହୋଇ ଏଯାବତ୍‌ ଅନେକ ଲୋକପ୍ରିୟତା ହାସଲ କରିସାରିଛି। ରିଆନ୍‌ କେବଳ ଟଏ ନୁହେଁ ବରଂ ତାଙ୍କ ଚ୍ୟାନେଲ୍‌ରେ ପିଲାଙ୍କ ଖାଦ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର