ଅଦ୍ଭୁତ ପ୍ରେମ : ଭାରତ ଆସି ହରିୟାଣାର ୨୭ବର୍ଷିଅ ଯୁବକଙ୍କୁ  ବିବାହ କଲେ ୬୫ ବର୍ଷୀୟା ବୃଦ୍ଧା 

କୈଥଲ : ହରିୟାଣାର କୈଥଲରେ ଦେଖିବାକୁ ମିଳିଛି ପ୍ରେମର ଏକ ଅଦ୍ଭୁତ ଉଦାହରଣ । ଆମେରିକାର ଜଣେ ୬୫ବର୍ଷିୟ ବୃଦ୍ଧା ହରିୟାଣା ଆସି ୨୭ବର୍ଷିୟ ଯୁବକଙ୍କୁ ବିବାହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ରୁ ଦୁଇଜଣଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ବର୍ଷକ ପରେ ଦୁଇ ଜଣ ଏହାକୁ ବିବାହର ରୂପ ଦେଇଛନ୍ତି । ଫେସ୍‌ବୁକ୍‌ରେ ସାଙ୍ଗ ହେବା ପରେ ହରିୟାଣାର ପ୍ରବୀଣଙ୍କୁ ମନ ଦେଇ ବସିଥିଲେ ୬୫ବର୍ଷିୟ କୈରନ୍‌ ଲିଲିୟନ ଏବ୍‌ନର । ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ସେ ଆମେରିକାରୁ କୈଥଲ ଆସି ଶିଖ୍‌ ରୀତିନୀତି ଅନୁଯାୟୀ ପ୍ରବୀଣଙ୍କୁ ବିବାହ କରିଛନ୍ତି । ବିବାହ ପରେ ଦୁଇ ଜଣ ଭଡ଼ା ଘରେ ରହୁଥିବା ବେଳେ ଜୁଲାଇ ୧୮ରେ କୈରନ୍‌ ଲିଲିୟନ ଆମେରିକା ଯିବେ ବୋଲି ଜଣା ପଡ଼ିଛି । ଏହା ପୂର୍ବରୁ ଦୁଇ ଜଣ ଭାରତର ସବୁ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିବେ ବୋଲି ଜଣାପଡ଼ିଛି ।

hindi.oneindia.com

ସୂଚନା ମୁତାବକ, ନଭେମ୍ବର ୨୦୧୭ରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ପ୍ରଥମେ ବନ୍ଧୁତ୍ୱ ହେବା ପରେ ଧୀରେ ଧୀରେ ଦୁଇ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ଦୁଇ ଜଣ ଭିଡ଼ିଓ କଲ କରି କଥାବାର୍ତ୍ତା ହେବା ପରେ ନିଜ ସଂପର୍କକୁ ବିବାହର ରୂପ ହେବା ପାଇଁ ମନସ୍ଥ କଲେ । ଦୁଇ ଜଣଙ୍କ ପ୍ରେମରେ ବୟସ ବାଧକ ସାଜିଲା ନାହିଁ । ଏହା ସହ ପ୍ରବୀଣଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା ଜାଣି ମଧ୍ୟ କୈରନ୍‌ ଲିଲିୟନ ତାଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ନିଜ ପରିବାର ଲୋକଙ୍କଠାରୁ ଅନୁମତି ଆଣି ଜୁନ୍‌ ୨୧ରେ ସେ ପ୍ରବୀଣଙ୍କୁ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର