ଭାଙ୍ଗିଲା ୧୧୦ଫୁଟ ଉଚ୍ଚ ଦୁର୍ଗା ମୂର୍ତ୍ତି , ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇବାରୁ ହେଲା ବଞ୍ଚିତ

କୋଲକାତା: ଗୋହାଟିର ର୍ବିଷ୍ଣୁପୁର ଦୁର୍ଗାପୂଜା କମିଟି ପ୍ରତିବର୍ଷ ନୂଆ ନୂଆ ଶୈଳୀରେ ଦୁର୍ଗାଙ୍କ ମୂର୍ତ୍ତି ର୍ନିମାଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥାଏ।  ଚଳିତବର୍ଷ ର୍ବିଷ୍ଣୁପୁର ଦୁର୍ଗାପୂଜା କମିଟି ବାଉଁଶରେ ୧୧୦ ଫୁଟ୍‌ ଉଚ୍ଚର ଦୁର୍ଗା ମୂର୍ତ୍ତି ର୍ନିମାଣ କରି ଗିନିଜ୍‌ ବୁକ୍‌ ଅଫ ୱାର୍ଲ୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଥିଲେ। ହେଲେ ଅଦିନିଆ ଝଡ଼ବତାସ ହେତୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇବାର ଆଶା ଆଶରେ ରହି ଯାଇଛି। ୭୨ ଘଣ୍ଟାର ଝଡ଼ ଯୋଗୁଁ ବାଉଁଶରେ ନିର୍ମିତ ହୋଇଥିବା ୧୧୦ ଫୁଟ ଉଚ୍ଚ ଏହି ଦୁର୍ଗା ପ୍ରତିମା ଭାଙ୍ଗି ୭୦ ଫୁଟକୁ ଖସିଆସିଛି। ତେବେ ସ୍ଥାନୀୟ ବାସିନ୍ଦା ଏବଂ କାରିଗରଙ୍କ ସହାୟତାରେ ପ୍ରତିମାକୁ ଖଡ଼ମାରେ ଛିଡା କରାଇଛି।
ସୂଚନାଯୋଗ୍ୟ, ୧୧୦ ଫୁଟ ଉଚ୍ଚ ବିଶିଷ୍ଟ ଏହି ଦୁର୍ଗା ମୂର୍ତ୍ତି ର୍ନିମାଣ କରିବା ପାଇଁ ପ୍ରାୟ ୪୦ ଜଣ ଶିଳ୍ପୀ ଲାଗିଥିଲେ। ମୁଖ୍ୟ ମୂର୍ତ୍ତିକାର ନୁରୁଦିନ ଅହମ୍ମଦଙ୍କ ନେତୃତ୍ୱରେ ଅଗଷ୍ଟ ୧ରୁ ଏହି ମୂର୍ତ୍ତି ର୍ନିମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ସମ୍ବନ୍ଧିତ ଖବର