ଏଠାରେ ୭୦ ବର୍ଷର ବୃଦ୍ଧା ଏତେ ସୁନ୍ଦରୀ ଯେ ୧୭ ବର୍ଷର ଝିଅ ବି ତାଙ୍କ ସାମ୍ନାରେ ଫିକା ପଡ଼ିଯିବେ !

ନୂଆଦିଲ୍ଲୀ: ଜଣେ ୭୦ ବର୍ଷର ବୃଦ୍ଧା, କିନ୍ତୁ ଦେଖିବାକୁ କୌଣସିି ଅପସରୀଠୁ ବି କମ୍‌ ନୁହନ୍ତି ! ଆପଣଙ୍କ ଆଖି ଧୋକା ଖାଇଯିବ । ହଁ, ଆଜ୍ଞା ପାକିସ୍ଥାନ ଅଧିକୃତ କାଶ୍ମୀର ଅଞ୍ଚଳରେ ବସବାସ କରୁଥିବା ହୁଞ୍ଜା ଜନଜାତି ଭିତରେ ଏଭଳି ମହିଳା ଦେଖିବାକୁ ମିଳନ୍ତି। ଏହି ଜନଜାତିର ୭୦ ବର୍ଷର ବୃଦ୍ଧା ଏତେ ସୁନ୍ଦର ଯେ ତାଙ୍କ ଆଗରେ ୧୭ ବର୍ଷର ଝିଅର ସୌନ୍ଦର୍ଯ୍ୟ ବି ଫିକା ପଡିଯିବ ।

ଏହି ଜନଜାତିର ଲୋକମାନେ ସାଧାରଣତଃ ୧୧୦ରୁ ୧୨୦ ବର୍ଷ ବଞ୍ଚନ୍ତି । କିଛି ଲୋକ ତ ୧୫୦ ବର୍ଷରୁ ବି ଅଧିକ ମଧ୍ୟ ବଞ୍ଚନ୍ତି । ଏମାନେ ଶାରୀରିକ ଓ ମାନସିକ ଭାବେ ବେଶ୍‌ ଶକ୍ତଶାଳୀ । ଏମାନେ ଦିନକୁ ଦୁଇଥର ଖାଆନ୍ତି, ଦିନ ୧୨ଟାରେ ଓ ରାତିରେ । ଏହି ଜନଜାତିର ମହିଳା ସାଧାରଣତଃ ପ୍ରାକୃତିକ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଯଥା କ୍ଷୀର, ଫଳ ଓ ଲହୁଣୀ । ଏମାନେ ମାଂସ ବହୁତ କମ୍‌ ପରିମାଣରେ ଖାଆନ୍ତି । ଏଯାବତ୍‌ ଏମାନଙ୍କ ପାଖରେ କ୍ୟାନସର ରୋଗ କେବେ ବି ଦେଖାଯାଇନି ଓ ଏହି ଜାତିର ଲୋକେ ପ୍ରାୟତଃ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

ହୁଞ୍ଜା ଜନଜାତିର ଲୋକେ ମୁସଲିମ ସଂପ୍ରଦାୟର । ସେମାନେ ବୁରୁସାସ୍କୀ ଭାଷାରେ କଥା ବାର୍ତ୍ତା କରନ୍ତି । ଏହି ଜନଜାତିର ଲୋକମାନେ ‘ଆଲେକଜେଣ୍ଡାର ଦ ଗ୍ରେଟ୍‌’ଙ୍କ ବଂଶଜ ବୋଲି କୁହାଯାଏ । ହୁଞ୍ଜା ଜନଜାତିର ଲୋକେ ପାକିସ୍ତାନର ଅନ୍ୟ ଜନଜାତିଙ୍କ ଠାରୁ ଶିକ୍ଷିତ । ହୁଞ୍ଜା ପାହାଡ ଉପରେ ଏହି ଜନଜାତିର ପ୍ରାୟ ୮୦,୦୦୦ ଲୋକେ ବସବାସ କରନ୍ତି ।

ସମ୍ବନ୍ଧିତ ଖବର