୭୦ବର୍ଷୀୟ ମହିଳା ହେଲେ ଅନ୍ତସତ୍ତ୍ୱା, ଯାଞ୍ଚ କରି ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

ମେକ୍‌ସିକୋ: ଆଜିକା ସମୟରେ ସତୁରି ବର୍ଷ ବେଳକୁ ଲୋକମାନେ ଚଲିବା ବୁଲିବା ପାଇଁ ବି ସକ୍ଷମ ରହୁନାହାନ୍ତି। ଏଭଳି ପରିସ୍ଥିତିରେ ୭୦ବର୍ଷ ବୟସରେ ଜଣେ ମହିଳା ଦାବି କରି କହିଛନ୍ତି କି, ସେ ଛଅମାସ ହେବ ଅନ୍ତସତ୍ତ୍ୱା ଅଛନ୍ତି। ମେକ୍‌ସିକୋର ସିନାଲୋଆରେ ବସବାସ କରୁଥିବା ମାରିୟା ଡି ଲାଲୁସ ନିଜର ସୋନୋଗ୍ରାଫି ରିପୋର୍ଟ ମିଡିଆରେ ସେୟାର କରିଛନ୍ତି। ତାଙ୍କର ପୂର୍ବରୁ ୭ଟି ସନ୍ତାନ ଥିବା ଜଣାପଡ଼ିଛି। ୭୦ବର୍ଷ ବୟସର ମହିଳାଙ୍କ ଯାଞ୍ଚ ରିପୋର୍ଟ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମାରିୟାଙ୍କ କହିବାନୁସାରେ, କିଛିଦିନ ହେବ ତାଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା। ଠିକ୍‌ ଯେମିତି ଅନ୍ତସତ୍ତ୍ୱା ମହିଳାଙ୍କ ହୋଇଥାଏ। ସେ ଏଯାବତ୍‌ ୧୦ଥର ଭିନ୍ନଭିନ୍ନ ସ୍ଥାନରେ ସୋନୋଗ୍ରାଫି କରାଇ ସାରିଛନ୍ତି। ଡାକ୍ତର ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରଙ୍କ କହିବାନୁସାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।

ଯଦି ମାରିୟା ଏହି ସନ୍ତାନକୁ ଜନ୍ମ ଦେଉଛନ୍ତି। ତେବେ ଦୁନିଆର ଏହା ଦ୍ୱିତୀୟ ଘଟଣା ହେବ କି କୌଣସି ୭୦ବର୍ଷୀୟ ମହିଳା ମାଆ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ପଞ୍ଜାବର ଦଲଜିନ୍ଦର କୋନ୍‌ ୨୦୧୬ରେ ୭୦ବର୍ଷ ବୟସରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଦଲଜିନ୍ଦର ଆଇଭିଏଫ୍‌ ଟେକ୍‌ନିକ୍‌ରେ ଅନ୍ତସତ୍ତ୍ୱା ହୋଇଥିଲେ।

ତେବେ ସାରିୟା କିଭଳି ଭାବେ ଅନ୍ତସତ୍ତ୍ୱା ହୋଇଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର