୭୧ ବର୍ଷ ପରେ ମଧ୍ୟ ଏକେ-୪୭ ରାଇଫଲ୍‌ କାହିଁକି ସର୍ବାଧିକ ବ୍ୟବହୃତ ଓ କାହିଁକି ଏତେ ମାରାତ୍ମକ?

AK-47 ରାଇଫଲ୍‌ ରହସ୍ୟ!

ଜାଣନ୍ତି କି? ୨୦ କୋଟିରୁ ଊର୍ଦ୍ଧ୍ୱ ଏକେ-୪୭ ରାଇଫଲ୍‌ସ (ବନ୍ଧୁକ) ବର୍ତ୍ତମାନ୍‌ ସାରା ଦୁନିଆରେ ବ୍ୟବହୃତ ହୋଇଛି । ଏହାର ଅର୍ଥ ହେଲା, ଗୋଟିଏ ଏକେ-୪୭ ରାଇଫଲ୍‌ ପୃଥିବୀରେ ବାସ କରୁଥିବା ୩୫ ଜଣ ଲୋକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଅଛି।୧୯୪୭ ମସିହା ଜୁଲାଇ ୬ରେ ପ୍ରଥମ ଥର ପାଇଁ ଏକେ-୪୭ ପ୍ରସ୍ତୁତ ହୋଇଥିଲା। ଏବେ ୭୧ ବର୍ଷ ପରେ ମଧ୍ୟ ଏହାର କମ୍‌ ମୂଲ୍ୟ, ବିଶ୍ୱସନୀୟତା, ସ୍ଥାୟୀତ୍ୱ, ମଜବୁତି ଓ ବ୍ୟବହାର ଲାଗି ସହଜ ହୋଇଥିବା ହେତୁ ଏହା ବହୁଳ ଭାବେ ବ୍ୟବହାର ହେଉଛି। ଜାଣନ୍ତୁ ଦୁନିଆର ସବୁଠୁ ଅଧିକ ବ୍ୟବହୃତ ତଥା ମାରାତ୍ମକ ମାରଣାସ୍ତ୍ର ଏକେ-୪୭ ରାଇଫଲ୍‌ ବିଷୟରେ କିଛି ଜଣାଅଜଣା ତଥ୍ୟ।

ସଂକ୍ଷେପରେ AK-47 ରାଇଫଲ୍‌
ପୂରା ନାମ: ଏଭ୍‌ଟୋମାଟ୍‌ନି କେଲାସ୍‌ନିକୋଭା, ମଡେଲ-୧୯୪୭ (ଏକେ-୪୭)
ପ୍ରସାରିତ ଆରମ୍ଭ ହୋଇଥିଲା: ଜୁଲାଇ ୬, ୧୯୪୭
ନିର୍ମାତାଦେଶ: ସୋଭିଏତ୍‌୍‌ ୟୁନିଅନ୍‌
ରାଇଫଲର ଡିଜାଇନର୍‌: ମିଖାଇଲ୍‌ କେଲାସ୍‌ନିକୋଭ୍‌

୧୦୬ଟି ଦେଶ ତାଙ୍କର ସେନାକୁ ଏକେ-୪୭ ବ୍ୟବହାର କରିବା ପାଇଁ ଦେଇଛନ୍ତି।
ସାରା ଦୁନିଆରେ ଥିବା ମାରଣାସ୍ତ୍ର ମଧ୍ୟରୁ ୨୦ ପ୍ରତିଶତ ହେଉଛି ଏକେ-୪୭ ପ୍ରସାରିତ।
ଏକେ-୪୭ ଓ ଏହାର ବିଭିନ୍ନ ମଡେଲ୍‌ ଦୁନିଆର ସବୁଠୁ ବହୁଳ ବ୍ୟବହୃତ ଆସଲ୍ଟ ରାଇଫଲ୍‌ ଭାବେ ପରିଗଣିତ।
ଏକେ-୪୭ ରାଇଫଲ୍‌ ପ୍ରମୁଖ ରୂପରେ ମୋଜାମ୍ବିକ୍‌ର ଜାତୀୟ ପତାକା ଓ ପ୍ରତୀକକୁ ପ୍ରଦର୍ଶିତ କରେ।

ସମ୍ବନ୍ଧିତ ଖବର