୭୨ବର୍ଷୀୟ ମହିଳା ବିବାହ କଲେ ୧୯ବର୍ଷର ବାଳକକୁ, ଜାଣନ୍ତୁ ବିବାହ ପଛର ରହସ୍ୟ

କଥାରେ ଅଛି ପ୍ରେମ ପାଇଁ ବୟସ, ଜାତି, ଧର୍ମ କିଛି ନଥାଏ ବୋଲି ଆମେ ଶୁଣିବାକୁ ପାଇଛୁ। ଏହି କହିବା କଥା ହେଉଛି, ଜଣେ ୭୨ ବର୍ଷୀୟ ମହିଳା ଜଣେ ୧୯ବର୍ଷର ବାଳକ ସହ ବିବାହ କରିଛନ୍ତି । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଆମେରିକାର ଟେନେସୀ ରାଜ୍ୟର ମେରିବିଲେର ବାସିନ୍ଦା ଅଲମେଡା ଏରେଲ ୧୯ବର୍ଷର ବାଳକ ଗ୍ୟାରୀ ହାର୍ଡବିକଙ୍କୁ ବିବାହ କରି ତାଙ୍କୁ ନିଜର ପ୍ରକୃତ ପ୍ରେମ ବୋଲି କହିଛନ୍ତି । ଏକ ଜନ୍ମଦିନ ପାର୍ଟିରେ ଗ୍ୟାରୀଙ୍କ ସହ ଅଲମେଡାଙ୍କର ସାକ୍ଷାତ ହୋଇଥିଲା । ତେବେ ମାତ୍ର ୨ ସପ୍ତାହ ଡେଟ କଲା ପରେ ଏହି ପ୍ରେମ ଯୋଡି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ଦୁଇଜଣଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମହିଳା ଜଣଙ୍କ କହିଛନ୍ତି ଯେ, ସେ କେବେ ଗ୍ୟାରୀଙ୍କୁ ନିଜ ଠାରୁ କମ ବୟସର ଝିଅମାନଙ୍କ ପ୍ରତି ଆକର୍ଷିତ ହେବାର ଦେଖିନାହାନ୍ତି ।

ଦୁଇଜଣଙ୍କର ବୟସରେ ୫୩ ବର୍ଷର ଅନ୍ତର ରହିଛି । ଗ୍ୟାରୀଙ୍କ ବୟସ ମହିଳାଙ୍କର ଜମେ ନାତିଙ୍କ ବୟସ ଠାରୁ ମଧ୍ୟ କମ ଅଟେ । କିନ୍ତୁ ଗ୍ୟାରୀ ନିଜକୁ ପୂର୍ଣ୍ଣ ବିକଶିତ ବୋଲି କହିଥାନ୍ତି । ତେବେ ଏହା ପୂର୍ବରୁ ଗ୍ୟାରୀ ଜଣେ ୭୭ ବର୍ଷୀୟ ମହିଳାଙ୍କ ସହ ଥିଲେ । କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଭଲ ରହିଲା ନାହିଁ । ଆଉ ଏହା ପରେ ସେ ଅଲମେଡାଙ୍କ ସହ ବିବାହ କରିଥିଲେ । ଏହି ଦୁଇ ଜଣଙ୍କର ବିବାହକୁ ଏବେ ଦୁଇ ବର୍ଷ ପୁରି ସାରିଲାଣି । କିନ୍ତୁ ଏବେ ବି ମଧ୍ୟ ଦୁଇ ଜଣଙ୍କର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଛି ।

ସମ୍ବନ୍ଧିତ ଖବର