ନିଜର ୪ ପିଲାଙ୍କୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କଲେ ୮ମାସର ଗର୍ଭବତୀ ମହିଳା, ହୃଦୟ ବିଦାରକ ଥିଲା ବଞ୍ଚାଇବା ସମୟର ଭିଡିଓ !

ଗାଜିଆବାଦ୍‌ : ଗତକାଲି ଗାଜିଆବାଦ୍‌ରେ ଯେଉଁ ଘଟଣା ଘଟିଥିଲା, ତାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଫାତିମା ନାମକ ଜଣେ ମହିଳା ନିଜ ୪ ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଫାତିମାଙ୍କ ଘରେ ହଠାତ୍‌ ନିଆଁ ଲାଗିଯିବାରୁ ସେ କିଛି ବାଟ ନ ପାଇ ୪ଜଣ ପିଲାଙ୍କୁ ବାଲ୍‌କୋନିରୁ ତଳକୁ ଫିଙ୍ଗିଥିଲେ । କିନ୍ତୁ ଧୁଆଁ ପାଇଁ ଫାତିମା ଅଚେତ୍‌ ହୋଇ ତଳେ ପଡ଼ିଯିବା ପରେ ଘରଟି ଭାଙ୍ଗି ଯାଇଥିଲା । ଯାହା ଫଳରେ ଫାତିମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ସେ ୮ମାସର ଗର୍ଭବତୀ ଥିବା କଥା ତାଙ୍କ ସ୍ୱାମୀ କହିଛନ୍ତି ।

Dailyhunt

ତାଙ୍କ କହିବା ଅନୁଯାୟୀ, ରହୁଥିବା ଘର ତଳେ ମୁଁ ଏକ ବେକେରି କରିଥିଲି । କିନ୍ତୁ କୌଣସି କାରଣରୁ ସେଥିରେ ନିଆଁ ଲାଗିବା ପରେ ଭିତରେ ଥିବା ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା । ଯାହାଦ୍ୱାରା ନିଆଁଟି ଉପର ଘର ଆଡ଼କୁ ବ୍ୟାପିଥିଲା । ଗ୍ୟାସ୍‌ ସିଲିଣ୍ଡର ଫାଟିବା ଶବ୍ଦ ଶୁଣି ଫାତିମା ବାହାରକୁ ଆସି ପରିସ୍ଥିତି ଦେଖିବା ପରେ ୪ଜଣ ପିଲାଙ୍କୁ ତଳକୁ ଫିଙ୍ଗିଥିଲେ । ୮ ମାସର ଗର୍ଭବତୀ ଥିବାରୁ ସେ ଠିକ୍‌ ଭାବରେ ଚାଲି ପାରୁ ନଥିଲେ । କିନ୍ତୁ ନିଜ ପିଲାମାନଙ୍କୁ ବଞ୍ଚାଇବାକୁ ଯାଇ ସେ ବହୁ କଷ୍ଟରେ ପିଲମାନଙ୍କୁ ଟେକି ତଳକୁ ଫିଙ୍ଗିଥିଲେ । ତଳେ ଥିବା ପଡ଼ୋଶୀ ଲୋକେ ପିଲାମାନଙ୍କୁ ଧରି ନେଇଥିଲେ ମଧ୍ୟ ଫାତିମା ତଳକୁ ଆସି ପାରି ନଥିଲେ । ଆସିବା ପୂର୍ବରୁ ସେ ଅଚେତ୍‌ ହୋଇଯିବା ସହ ଘରଟି ଭାଙ୍ଗି ଯାଇଥିଲା । ଯାହାଦ୍ୱାରା ଘଟଣାସ୍ଥଳରେ ଫାତିମାଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର