ମାତ୍ର ୮ବର୍ଷ ବୟସରେ ହିଁ ୧୦୬ଟି ଭାଷା ସ୍ପଷ୍ଟ ଭାବେ କହିପାରୁଛି ଏହି ବାଳକ,  ଆଶ୍ଚର୍ଯ୍ୟ ହେଲେ ଲୋକେ

ନୂଆଦିଲ୍ଲୀ : ଆଜିକାଲି କୌଣସି ଜିନିଷ ବିଷୟରେ ଜାଣିବା ପାଇଁ ବା କିଛି ଶିଖିବା ପାଇଁ ଲୋକେ ଗୁଗଲର ବ୍ୟବହାର କରିଥାନ୍ତି । କିନ୍ତୁ ତାମିଲନାଡୁରେ ରହୁଥିବା ୮ବର୍ଷୀୟ ବାଳକ ଗୁଗଲ ସାହାଯ୍ୟରେ ଯାହା ସମ୍ଭବ କରି ଦେଖାଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲରୁ ୧୦୬ ପ୍ରକାରର ଭାଷା ଶିଖି ଏବେ ଚର୍ଚ୍ଚାରେ ରହିଛନ୍ତି ନୀଲ । ନୀଲ ୧୦୬ପ୍ରକାରର ଭାଷା ପଢ଼ିବା ସହ ଲେଖି ପାରୁଥିବା ବେଳେ ୧୦ ପ୍ରକାରର ଭାଷା କହି ପାରୁଥିବା ଜଣାପଡ଼ିଛି ।

oneindia.com

ନିଉଜ୍‌ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ନୀଲ କହିଛନ୍ତି, ମୁଁ ଜାଣି ନାହିଁ ମୋ ମଧ୍ୟରେ ଏଭଳି ନୂଆ ନୂଆ ଭାଷା ଶିଖିବାର ଇଚ୍ଛା କେଉଁଠୁ ଆସିଲା । ମୁଁ ୧୦ପ୍ରକାରର ଭାଷା ସ୍ପଷ୍ଟ ଭାବେ କହି ପାରିବା ସହ ଏବେ ଅନ୍ୟ ୫ପ୍ରକାରର ଭାଷା କହିବା ପାଇଁ ଚେଷ୍ଟା ଆରମ୍ଭ କରି ସାରିଛି ବୋଲି ସେ କହିଛନ୍ତି । ଅନ୍ୟ ଲୋକଙ୍କ ଭଳି ନୀଲଙ୍କ ବାପା ଶଙ୍କର ନାରାୟଣ ମଧ୍ୟ ନୀଲଙ୍କ ପ୍ରତିଭା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସମ୍ବନ୍ଧିତ ଖବର