ଏମିତି ଏକ ସହର ଯେଉଁଠି ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକ ମଧ୍ୟ ଏଠାରେ ଗରିବ !

ଏମିତି ଏକ ସହର ଅଛି ଯେଉଁଠି ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକ ମଧ୍ୟ ଗରିବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ସହର ଆମେରିକାରେ ଅଛି ଯେଉଁଠି ଲୋକମାନେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ ମଧ୍ୟ ସେମାନଙ୍କୁ ଗରିବ କୁହାଯାଉଛି।

ବୃକିଂ ଇନଷ୍ଟିଚ୍ୟୁଟର ୱେବସାଇଟ ହେମିଲ୍‌ଟନ ପ୍ରୋଜେକ୍ଟ ଅନୁସାରେ, ଆମେରିକାର ସେନ ଫ୍ରାନ୍‌ସିସ୍କୋ ସହରରେ ବାସ କରୁଥିବା ଲୋକମାନେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ ମଧ୍ୟ ସେମାନଙ୍କୁ ଗରିବ କୁହାଯାଉଛି। ମିଳିଥିବା ଏକ ରିପୋର୍ଟ ଅନୁସାରେ ଯଦି ଗୋଟିଏ ପରିବାରରେ ଚାରିଜଣ ବ୍ୟକ୍ତି ମିଳିତ ଭାବେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ତେବେ ମଧ୍ୟ ସେହି ପରିବାର ଗରିବ ଶ୍ରେଣୀରେ ସାମିଲ ରହିବ। ଠିକ ସେହିଭଳି ୫୦ ଲକ୍ଷ ରୋଜଗାର କରୁଥିବା ପରିବାରକୁ ଅତି ଗରିବ ଶ୍ରେଣୀ ସୂଚିରେ ଅନ୍ତର୍ଭୁକ୍ତ କରାଯିବ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଆମେରିକାର ଅନ୍ୟ ସହରରେ ବାସ କରୁଥିବା ଲୋକମାନେ ସେନ ଫ୍ରାନ୍‌ସିସ୍କୋ ଲୋକଙ୍କ ଠାରୁ କମ ରୋଜଗାର କରୁଥିଲେ ମଧ୍ୟ ସେମାନଙ୍କୁ ଗରିବ କୁହାଯାଏ ନାହିଁ।

ଆମେରିକାରେ ପ୍ରାୟ ୩୨.୬ କୋଟି ଲୋକ ବସ ବାସ କରନ୍ତି। କିନ୍ତୁ ସେଥି ମଧ୍ୟରୁ ୪ କୋଟି ଲୋକ ଗରିବ ସିମାରେଖା ତଳେ ରହିଛନ୍ତି। ଏହି ୪ କୋଟି ଗରିବ ଲୋକଙ୍କ ମଧ୍ୟରୁ ଅଧିକାଶଂ ସେନ ଫ୍ରାନ୍‌ସିସ୍କୋ ନିବାସି ଅଟନ୍ତି। ଅନ୍ୟ ସହର ଠାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ମଧ୍ୟ ସେନ ଫ୍ରାନ୍‌ସିସ୍କୋରେ ଗିରିବ ସିମାରେଖା ତଳେ ରହିଛିନ୍ତି। ଏହାର କାରଣ ହେଉଛି ଆମେରିକାର ସମସ୍ତ ସହର ମାନଙ୍କ ଠାରୁ ସେନ ଫ୍ରାନ୍‌ସିସ୍କୋ ହେଉଛି ସବୁଠାରୁ ବିକଶିତ ସହର। ଏଠାରେ ଅନେକ ବଡ ବଡ ଇଣ୍ଡଷ୍ଟ୍ରି ଥିବା କାରଣରୁ ଏଠାକାର ରିୟଲ ଏଷ୍ଟେଟ କାଫି ମହଙ୍ଗା ହୋଇଥାଏ। ତେଣୁ ଅନ୍ୟ ସହର ଅପେକ୍ଷା ଏହି ସହରରେ ୨୫ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। କେବଳ ସେତିକି ନୁହେଁ ଏହି ସହରରେ ଗୋଟିଏ ଟୁ-ବିଏଚକେ ରୁମ ଭଡା ନେବାକୁ ହେଲେ ମାସକୁ ୨ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ଯାହା ଅନ୍ୟ ସହର ମାନଙ୍କ ଠାରୁ ଖୁବ ଅଧିକ। ଏହି କାରଣରୁ ସେନ ଫ୍ରାନ୍‌ସିସ୍କୋରେ ୮୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକ ମଧ୍ୟ ଗରିବ ସୀମାରେଖା ତଳେ ରହିଥାଏ।

ସମ୍ବନ୍ଧିତ ଖବର