୮୭ ବର୍ଷିୟ ମହିଳା ଗ୍ରାମର ସ୍ୱଚ୍ଛତା ପାଇଁ ନିଜ ଏକାକୀ ନିର୍ମାଣ କଲେ ଶୌଚାଳୟ

ଉଦ୍ଧମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛତା ଅଭିଯାନର ପ୍ରଭାବ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ୨୦୧୪ ମସିହା ଅକ୍ଟୋବର ୨ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ଅନେକ ସମର୍ଥନ କରିଥିବା ବେଳେ କିଛି ଏହାକୁ ବିରୋଧ ମଧ୍ୟ କରିଛନ୍ତି । ବିଭିନ୍ନ ପ୍ରକାରର ଯୋଜନା ଏବଂ ସୁବିଧା ପରେ ମଧ୍ୟ ଦେଶରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଆଜି ମଧ୍ୟ ଶୌଚ ପାଇଁ ମହିଳାମାନେ ବାହାରକୁ ଯାଉଛନ୍ତି । ଏହିପରି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଅଞ୍ଚଳର ୮୭ ବର୍ଷିୟ ମହିଳା । ଏହି ମହିଳା ଜଣକ ଗ୍ରାମର ସ୍ୱସ୍ଥତା ପାଇଁ ପଦକ୍ଷେପ ଉଠାଉଥିବା ଦେଖି ବର୍ତ୍ତମାନ ଗ୍ରାମବାସୀ ମଧ୍ୟ ତାଙ୍କର ସାହାଯ୍ୟ କରିବା ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଏପରି କରିବା ପଛର କାରଣ ।

EenaduIndia.com

ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଅଞ୍ଚଳର ୮୭ ବର୍ଷିୟ ମହିଳା ଚାହୁଁ ନ ଥିଲେ କି ତାଙ୍କ ଗ୍ରାମର ମହିଳାମାନେ ତାଙ୍କ ଭଳି ଘର ବାହାରେ ଶୌଚ କରିବା ପାଇଁ ଯାଆନ୍ତୁ । ଏ ନେଇ ସରକାରଙ୍କ ଠାରୁ ଅନେକ ପ୍ରକାରର ସୁବିଧା ମିଳୁଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନ ଥିଲା । ବୟସ୍କା ଜଣଙ୍କ ଗ୍ରାମର ଯୁବକଙ୍କୁ ମଧ୍ୟ ଗ୍ରାମରେ ଶୌଚାଳୟ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ବାହାରେ ରହୁଥିବାରୁ ବୟସ୍କାଙ୍କ କଥା ଉପରେ କେହି ଧ୍ୟନ ଦେଇ ନଥିଲେ । ଶେଷକୁ ସେ ନିଜେ ବିନା କାହାର ସହାୟତାରେ ଗ୍ରାମରେ ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ଆରମ୍ଭ କରିଥିଲେ । କିଛି ଦିନ ଗଲା ପରେ ଗ୍ରାମର ମହିଳାଙ୍କ ପାଇଁ ଏପରି କାର୍ଯ୍ୟ ଗ୍ରାମବାସୀ ମାନଙ୍କୁ ଆକୃଷ୍ଟ କରିବା ସହ ସେମାନେ ମଧ୍ୟ ତାଙ୍କର ସାହାଯ୍ୟ କରିବା ଆରମ୍ଭ କଲେ । ବର୍ତ୍ତମାନ ଗ୍ରାମରେ ପ୍ରାୟ ସମସ୍ତଙ୍କ ଘରେ ପ୍ରସ୍ତୁତ ହୋଇଛି ଶୌଚାଳୟ ।

ସମ୍ବନ୍ଧିତ ଖବର