୮୯ବର୍ଷୀୟ ବୃଦ୍ଧା ନିଜର େଓ୍ଵବସାଇଟ୍‌ ଖୋଲି, ଏଭଳି ଜିନିଷ ବିକ୍ରି କରି ଡଲାରରେ ରୋଜଗାର କରୁଛନ୍ତି

ସ୍ୱପ୍ନକୁ ପୂରା କରିବା ପାଇଁ କୌଣସି ବୟସସୀମା ଧାର୍ଯ୍ୟ କରାଯାଇ ନାହିଁ।  ଏହି କଥାର ସବୁଠାରୁ ବଡ଼ ଉଦାହରଣ ପାଲଟିଛନ୍ତି ଲତିକା ଚକ୍ରବର୍ତ୍ତୀ। ୮୯ବର୍ଷ ବୟସରେ ଲତିକା ନିଜ ହାତରେ ପୋଟଲି ବ୍ୟାଗ୍‌ ବନାଇ latikasbags.com ଜରିଆରେ ଅନ୍‌ଲାଇନ୍‌ ବିକ୍ରି କରୁଛନ୍ତି। ସେ ପ୍ରତ୍ୟେକ ପୋଟଲିର ନାମ ବି ରଖି ଥାଆନ୍ତି।

ଆସାମର ଧୁବରିରେ ବସବାସ କରୁଥିବା ଲତିକା ଚକ୍ରବର୍ତ୍ତୀ କୃଷ୍ଣା ଲାଲା ଚକ୍ରବର୍ତ୍ତୀଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଲତିକା ନିଜର ପୁଅ ଭାରତୀୟ ନୌସେନା ଅଧିକାରୀ କ୍ୟାପଟେନ୍‌ ରାଜ ଚକ୍ରବର୍ତ୍ତୀଙ୍କ ସହିତ ରହୁଥିଲେ। ସେ ତାଙ୍କ ଜୀବନରେ ଅନେକ ସ୍ଥାନ ଭ୍ରମଣ କରିଛନ୍ତି। ଏହି ଭ୍ରମଣ ସମୟରେ ସେ ଶାଢ଼ି, କୁର୍ତ୍ତା, ବିଭିନ୍ନ ରକମର ପୋଷାକ କ୍ରୟ କରି ସଂଗ୍ରହ କରିବି ରଖିଛନ୍ତି। ସେ ଏହି ପୋଷାକରେ ତିଆରି ହୋଇଥିବା କାମରେ ବହୁ ପ୍ରଭାବିତ ହୋଇଥିଲେ। ଏହି କାରଣରୁ ସେ ନିଜେ ସିଲେଇ କରିବା ଓ ଡିଜାଇନ୍‌ କରିବା ପ୍ରତି ବି ରୁଚି ରଖିଥିଲେ। ନିଜ ପିଲାଙ୍କ ପାଇଁ ସେ ନିଜେ ପୋଷାକ ତିଆରି କରୁଥିଲେ। ଏବେ ସେ ନିଜର ଏହି ପୋଟଲିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା କାମ କରୁଛନ୍ତି।

୨୦୧୪ରେ ସେ ପୋଟଲି ବନାଇବା କାମ ଆରମ୍ଭ କରିଥିଲେ । ଏଯାବତ୍‌ ସେ ୩୦୦ରୁ ଊର୍ଧ୍ୱ ପୋଟଲି ବନାଇ ସାରିଲେଣି। ଏହି ପୋଟଲିକୁ ସେ ନିଜର ବଳକା ଶାଢ଼ି, ସୁଟ ଓ ଅନ୍ୟାନ୍ୟ ପୋଷାକରେ ତିଆରି କରଥାଆନ୍ତି। ଲତିକା ପର୍ବପର୍ବାଣୀରେ ଏହି ପୋଟଲିକୁ ବନ୍ଧୁବାନ୍ଧବଙ୍କୁ ବି ଉପହାର ବାବଦରେ ଦେଇ ଥାଆନ୍ତି। latikasbags.com ଲତିକାଙ୍କ େଓ୍ଵବସାଇଟକୁ ଜର୍ମାନିରୁ ତାଙ୍କ ନାତି ଚଲାଇ ଥାଆନ୍ତି। ଏହି ପୋଟଲିର ମୂଲ୍ୟ ଡଲାରରେ ବିକ୍ରି ହୋଇଥାଏ।

ସମ୍ବନ୍ଧିତ ଖବର