ସଫଳ ଭାରତୀୟଙ୍କ ବିଫଳ କାହାଣୀ: ହାରିଥିଲେ ହେଲେ ଡରି ନଥିଲେ!  

କଥାରେ ଅଛି ‘ସଫଳତାର ଅନେକ ବାପ, ବିଫଳତା ଏକ ଛେଉଣ୍ଡ ଛୁଆ’। ଆମ ଦୃଷ୍ଟିରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଆମେ ଯାହାଙ୍କର କେବଳ ସଫଳତା ବିଷୟରେ ଜାଣନ୍ତି। ସେମାନଙ୍କ ବିଫଳ କାହାଣୀ ହୁଏତ ଆମେ ଜାଣନ୍ତି ନାହିଁ। ପ୍ରତ୍ୟେକ ସଫଳ ବ୍ୟକ୍ତି କେବେ ବି ଜନ୍ମରୁ ସଫଳ ନୁହଁନ୍ତି। ସେମାନଙ୍କ ନିଷ୍ଠା ସେମାନଙ୍କୁ ସଫଳ ସଜାଇଛି। ଚାଲନ୍ତୁ ଆଜି ସେହିପରି କିଛି ସଫଳ ବ୍ୟକ୍ତିଙ୍କ ବିଫଳତା ବିଷୟରେ ଆଲୋଚନା କରିବା।

ମହାତ୍ମା ଗାନ୍ଧୀ: ମୋହନ ଦାସ କରମଚାନ୍ଦ ଗାନ୍ଧୀ ଯେ ଆମ ପାଇଁ କେବଳ ଯେ ଜଣେ ସଫଳ ସ୍ୱାଧୀନତା ସଂଗ୍ରାମୀ, ତାହା ନୁହେଁ। ସେ ଜାତିର ପିତା। ମହାତ୍ମା ଗାନ୍ଧୀ ନିଜ ବୃତ୍ତିରେ ବିଫଳତା ପାଇଥିଲେ। ସେ ଓକିଲାତି ପଢ଼ିଥିଲେ, ମାତ୍ର ଭଲ ଓକିଲାତି କରିପାରୁନଥିଲେ। ଗାନ୍ଧୀ ସାକ୍ଷୀମାନଙ୍କୁ ଉଚିତ ଜେରା କରିନପାରି ବାରମ୍ବାର ମାମଲା ହାରୁଥିଲେ।

ଅମିତାଭ ବଚ୍ଚନ: ପୂର୍ବରୁ ବି ଅମିତାଭ ବଚ୍ଚନଙ୍କ ସଂପର୍କରେ ଏକଥାଟି ପ୍ରକାଶ ପାଇସାରିଛି ଯେ ନିଜର ଭାରି କଣ୍ଠସ୍ୱର ହେତୁ ଦର୍ଶକଙ୍କ ମନରେ ରାଜ୍‌ କରୁଥିବା ବିଗ୍‌ ବି ଏକଦା ଅଲ୍‌ ଇଣ୍ଡିଆ ରେଡିଓ ପରୀକ୍ଷାରେ ନିତ୍କଷ୍ଟ କଣ୍ଠସ୍ୱର ହେତୁ ଚାକିରି ପାଇବାରୁ ବଞ୍ଚିତ ହୋଇଥିଲେ।

ଧୀରୁଭାଇ ଅମ୍ବାନୀ: ‘ରିଲାଏନ୍ସ ଇଣ୍ଡଷ୍ଟ୍ରି’ ପରି ଏକ ବିରାଟ ସାମ୍ରାଜ୍ୟର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେ ନିଜର ପେଟ ପୋଷିବା ପାଇଁ ୟେମେନ୍‌ଠାରେ ଜଣେ ସାଧାରଣ କିରାଣୀ ଭାବେ କାମ କରୁଥିଲେ।

ରତନ ଟାଟା: ‘ଟାଟା’ର ପ୍ରତିଷ୍ଠାତା ରତନ ଟାଟା ମଧ୍ୟ ତାଙ୍କ ଜୀବନରେ ଅନେକ ବିଫଳତା ପାଇଛନ୍ତି। ‘ଟାଟା ନାନୋ’ ହେଉଛି ରେକାର୍ଡ ହୋଇ ରହିଥିବା ତାଙ୍କର ବିଫଳତା ମଧ୍ୟରୁ ଶେଷତମ।

ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଖୋଲା ପୁସ୍ତକ। ତାଙ୍କ ସଂପର୍କରେ କୌଣସି ସୂଚନା ଦେବାର ଆବଶ୍ୟକତା ନାହିଁ। କିପରି ଜଣେ ସାଧାରଣ ଚା’ ବିକାଳିରୁ ଦେଶର ପ୍ରଧାନମନ୍ତ୍ରୀ ସାଜିଲେ ତାହା କୌଣସି ଚମତ୍କାରୀଠାରୁ କମ୍‌ ନୁହେଁ।

ଏମାନଙ୍କ ବ୍ୟତୀତ ପ୍ରେରଣାଦାୟୀ ଲେଖକ ଶିବ ଖେରା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଧିକ, ମନସୁର ଅଲ୍ଲୀ ଖାନ ପଟୌଦୀ ମଧ୍ୟ ଏହି ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର