୯ ମାସର ଅନ୍ତସତ୍ତ୍ୱା ଥିବା ସତ୍ତ୍ୱେ ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି ଏହି ନର୍ସ; କହିଲେ ଏଭଳି କଥା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ କର୍ଣ୍ଣାଟକର ଶିବମୋଗାର ଏକ ହସ୍‌ପିଟାଲ୍‌ରେ ରୋଗୀଙ୍କୁ ସେବା ଯୋଗାଉଥିବା ଜଣେ ନର୍ସ ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ୯ମାସର ଅନ୍ତସତ୍ତ୍ୱା ଥାଇ ମଧ୍ୟ କୋଭିଡ-୧୯ ମହାମାରୀ ଭଳି ପରିସ୍ଥିତିରେ ସେ ଭୟ ନକରି ରୋଗୀଙ୍କୁ ସେବା ଯୋଗାଇ ଚାଲିଛନ୍ତି। ତାଙ୍କର ଏଭଳି କାମକୁ ଯିଏ ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁ ନାହିଁ।

ରୁପା ପ୍ରବୀଣ ରାଓ ନାମ୍ନୀ ଏହି ନର୍ସ ୯ମାସର ଅନ୍ତସତ୍ତ୍ୱା ଅଛନ୍ତି। ସେ ଜୟାଚମାରାଜେନ୍ଦ୍ର ସରକାରୀ ହସ୍‌ପିଟାଲ୍‌ରେ ନର୍ସ ଅଛନ୍ତି। ତେଣୁ ସେ ପ୍ରତିଦିନ ସେ ନିଜ ଘର ଗଜାନୁରୁ ଗ୍ରାମରୁ ତିର୍ଥହଲ୍ଲି ତାଲୁକ ଯାତ୍ରା କରି ନିଜର ମନପ୍ରାଣ ଦେଇ ରୋଗୀଙ୍କ ଚିକିତ୍ସା କରି ଚାଲିଛନ୍ତି ।

Image

ରୁପା ପ୍ରବୀଣ କହନ୍ତି, ତିର୍ଥହଲ୍ଲି ତାଲୁକ ହସ୍‌ପିଟାଲ୍‌କୁ ଅନେକ ଗ୍ରାମ ଘେରି ରହିଛି। ଲୋକମାନେ ଆମର ସେବାକୁ ଅପେକ୍ଷା କରି ରହି ଥାଆନ୍ତି। ମୋର ଉପରସ୍ଥ ଡାକ୍ତର ଓ ନର୍ସମାନେ ମୋତେ ଛୁଟି ନେବାକୁ କହିଥିଲେ। କିନ୍ତୁ ଯେପର୍ଯ୍ୟନ୍ତ ମୋତେ କୌଣସି ଅସୁବିଧା ହୋଇ ନାହିଁ, ମୁଁ ସେ ପର୍ଯ୍ୟନ୍ତ ରୋଗୀ ସେବା ଜାରି ରଖିବି ବୋଲି କହିଥିଲି। ପ୍ରତିଦିନ ମୁଁ ୬ଘଣ୍ଟା ରୋଗୀଙ୍କ ସେବା କରିଥାଏ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ବି ମୋତେ ଫୋନ୍‌ କରିଥିଲେ ଏବଂ ଏଭଳି ରୋଗୀଙ୍କ ପ୍ରତି ଆତ୍ମ ସର୍ମପଣ ମନୋଭାବକୁ ଦେଖି ପ୍ରଶଂସା କରିଥିଲେ। ଏଥିସହିତ ମୋତେ ବିଶ୍ରାମ କରିବାକୁ ବି ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର