ଏମିତି ଏକ ଦେଶ ଯେଉଁଠି ଖାଦ୍ୟ ଅଭାବରୁ ଲୋକ ଖାଇଥାନ୍ତି ମାଟିରୁ ତିଆରି ବିସ୍କୁଟ୍‌

ହାଇତି : ବିଶ୍ୱରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଦେଖିବାକୁ ମିଳେ କୁପୋଷଣ , ଅଭାବ ଏବଂ ଭ୍ରଷ୍ଟାଚାର । ଏପରି ଏକ ଦେଶ ହେଉଛି ହାଇତିି । ସେଠାରେ ଲକ୍ଷାଧିକ ଲୋକ ପୌଷ୍ଟିକ ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ ଯାହା ଦ୍ୱାରା ସେମାନେ ଏମିତି କିଛି ଖାଇବା ପାଇଁ ବାଧ୍ୟ ହୋଇଛନ୍ତି ଯାହା ଜାଣି ଆଶ୍ଚର୍ଯ୍ୟ ହେବେ । ହାଇତିିର ଲୋକ ଭୋକ ଦୂର କରିବା ପାଇଁ ମାଟିର ବିସ୍କୁଟ ପ୍ରସ୍ତୁତ କରି ଖାଇଥାନ୍ତି ।

ହାଇତି ବିଶ୍ୱର ସବୁଠାରୁ ଗରିବ ଦେଶ ଭାବେ ଗଣତି ହୋଇଥାଏ। ସେଠାରେ ଲୋକ ଅସ୍ୱାସ୍ଥ୍ୟକର ସ୍ଥାନରେ ରହିବା ସାଙ୍ଗେ ସାଙ୍ଗେ ନିମ୍ନମାନର ଜିନିଷ ଖାଇବାକୁ ବାଧ୍ୟ ହୋଇଥାନ୍ତି । ଏଠାରେ ପ୍ରାୟ ୩ ଲକ୍ଷ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଇବା ପିଇବା ପାଇଁ ନାହିଁ । ଖାଦ୍ୟ ଅଭାବ ଏଠାକାର ସର୍ବବୃହତ ସମସ୍ୟା । ଦେଶର ୧୦ ପ୍ରତିଶତ ଲୋକ ସେଠାକାର ୭୦ ପ୍ରତିଶତ ଅର୍ଥ ଅର୍ଜନ କରିଥାନ୍ତି ଏବଂ ବାକି ଲୋକ କେବଳ ମାସିକ ୧-୨ ଆମେରିକୀୟ ଡ଼ଲାର ଅର୍ଜନ କରିଥାନ୍ତି । ଏଣୁ ଏଠାରେ କୁପୋଷଣରୁ ବଞ୍ଚିବା ପାଇଁ ଲୋକ ମାନେ ମାଟିର ବିସ୍କୁଟ ପ୍ରସ୍ତୁତ କରି ଦୈନିକ ଖାଦ୍ୟରେ ସାମିଲ କରିଛନ୍ତି ।

http://www.rochakpost.com

ପୌଷ୍ଟିକ ଖାଦ୍ୟ ଯେପରି ଫଳ ,ଦୁଗ୍ଧ, ପନିପରିବା ଆଦି ଖାଇବା ଏମାନଙ୍କ ପାଇଁ ସ୍ୱପ୍ନ । ଏଣୁ କାଦୁଅ, ବନସ୍ପତି ତେଲ ଏବଂ ଲୁଣର ମିଶ୍ରଣରେ ପୁରତନହିସାବରେ ମାଟିର ବିସ୍କୁଟ ପ୍ରସ୍ତୁତ କରିଥାନ୍ତି । ଏହି ବିସ୍କୁଟକୁ ବୋନ-ବୋନ କୁହାଯାଇଥାଏ। ଏହି ବିସ୍କୁଟକୁ ସେଠାକାର ଲୋକ ଖାଦ୍ୟ ନମିଳିବା ସମୟରେ ଖାଇଥାନ୍ତି , ଯାହା ଦ୍ୱାରା ତାଙ୍କର ପେଟ ପୂରିଥାଏ।

ମହିଳା ମାନେ ବିରିର ବଡ଼ି ପ୍ରସ୍ତୁତ କରିବା ଭଳି ମାଟିର ବିସ୍କୁଟକୁ ପ୍ରସ୍ତୁତ କରି ଖରାରେ ଶୁଖାଇଥାନ୍ତି । ହାଇତିର କିଛି ଅଞ୍ଚଳରେ ଏହାକୁ ବିକ୍ରି ମଧ୍ୟ କରାଯାଇଥାଏ ଏବଂ ଲୋକେ ଅବସ୍ଥାଚକ୍ରରେ ପଡ଼ି ଏହାକୁ କ୍ରୟ କରି ଖାଇଥାନ୍ତି । ଏହି ବିସ୍କୁଟ ପାଇଁ ମାଟିକୁ ପାହାଡ଼ିଆ ଅଞ୍ଚଳରୁ ଅଣାଯାଇଥାଏ ଏବଂ ସେଠାକାର ଲୋକଙ୍କ ଅନୁଯାୟୀ ଏହି ବିସ୍କୁଟମାନଙ୍କରେ ଭରପୁର ମାତ୍ରାର କ୍ୟାଲସିୟମ ରହିଥାଏ।

ସମ୍ବନ୍ଧିତ ଖବର