ଶୋଭାଯାତ୍ରାରେ ଯାଇ ‘ହେଲମେଟ୍‌’ର ଅନ୍ତ୍ୟେଷ୍ଟି କରାଗଲା

ମୁମ୍ବାଇ:ବୋଧହୁଏ ଆପଣ ପ୍ରଥମଥର ପାଇଁ ଶୁଣିବାକୁ ପାଉଥିବେ ଯେ ହେଲମେଟ୍‌ର ବି ଅନ୍ତିମ ସଂସ୍କାର ହେଉଛି। ମହାରାଷ୍ଟ୍ରର ଏକ ସଂଗଠନ ପକ୍ଷରୁ ହେଲମେଟ୍‌ର ଅନ୍ତ୍ୟେଷ୍ଟି କରାଯାଇଥିବା ଜଣାଯାଇଛି।ଦେଶର ସବୁ ସ୍ଥାନରେ ମୋଟର ସାଇକେଲ ବା ସ୍କୁଟି ଚଳାଇବାବେଳେ ହେଲମେଟ୍‌ ପିନ୍ଧିବା ଅନିବାର୍ଯ୍ୟ ବୋଲି ନିୟମ ରହିଛି। କିନ୍ତୁ ପୁନେରେ ଏହାକୁ ବିରୋଧ କରିଲେ ହେଲମେଟ୍‌ ସଖ୍‌ତି ବିରୋଧୀ କୃତି ସମିତି। ଏହାର ପ୍ରତିଷ୍ଠାତା ହେଲେ କେତେକ ଶିବସୈନିକ। ଏହି ସଂସ୍ଥାର ସଦସ୍ୟମାନେ ପ୍ରଥମେ ହେଲମେଟର ଅନ୍ତିମ ଶୋଭାଯାତ୍ରା ବାହାର କରିଥିଲେ ଓ ତା’ପରେ ହେଲମେଟର ଅନ୍ତିମ ସଂସ୍କାର କରିଥିଲେ। ସେମାନେ ରାସ୍ତାରେ ସରକାରଙ୍କ ବିରୋଧରେ ନାରାବାଜି ବି କରୁଥିବାର ଦେଖିବାକୁ ମିଳିଥିଲା।

ଶିବସେନା ନେତା ମହାଦେବ ବବଇ କହିଛନ୍ତି ଯେ ପୁଲିସ ପ୍ରଶାସନ ପକ୍ଷରୁ ହେଲମେଟ୍‌ ପିନ୍ଧିବା ଅନିବାର୍ଯ୍ୟ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସ୍ଥାନୀୟ ଲୋକେ ଗାଡି ଖୁବ୍‌ କମ୍‌ ବେଗରେ ଚଳାଉଛନ୍ତି। ଏଭଳି ପରିସ୍ଥିତିରେ ହେଲମେଟ୍‌ କାହିଁକି ପିନ୍ଧିବେ। ହେଲମେଟ୍‌ ପିନ୍ଧିଲେ ଚନ୍ଦା ହେବାର ବି ଆଶଙ୍କା ରହିଛି। ଏପରିକି ମେରୁଦଣ୍ଡରେ ଚାପ ପଡ଼ିବାର ବି ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର