‘ପିଲାଦିନେ ମୋ ଫ୍ୟାମିଲି ଫଟୋର ସେହି ଅଜଣା ବାଳକ ଏବେ ମୋ ଭାବି ସ୍ୱାମୀ’

ବିବାହ ସ୍ୱର୍ଗରେ ହୋଇଥାଏ ବୋଲି ମଣିଷଙ୍କର ବିଶ୍ୱାସ ରହିଥାଏ। ଆମେ ନିଜର ମନଲାଖି ଜୀବନସାଥୀ ପାଇବା ପାଇଁ ଉଦ୍ୟମ କରୁଥିଲେ ବି ଏକଥା ମିଛ ନୁହେଁ ଯେ ଆମ ବିବାହ ଅନେକ ପୂର୍ବରୁ ସ୍ଥିରୀକୃତ ହୋଇସାରିିଛି। କେତେକ ସମୟରେ ଏହି ସତ୍ୟଟି ଜଣାପଡ଼େ ନାହିଁ। କେତେକ ସମୟରେ ଏପରି ଏକ ସତ ଉଦାହରଣ ପାଲଟିଯାଏ।

 

ଆମେ ଆଜି ଏମିତି ଏକ ବିଷୟରେ ଶୁଣାଇବୁ ଜଣାଇବୁ ଯାହା ସଂପର୍କରେ ପଢ଼ିବା ପରେ ଆପଣ ବି କହିବେ, ହଁ କାହା ଜୀବନରେ କିଏ ଆସିବେ ତାହା ବାସ୍ତବରେ ପୂର୍ବରୁ ସ୍ଥିର ହୋଇସାରିଥାଏ। ଭେରୋନାଭାନିଟି ନାମକ ଜଣେ ଯୁବତୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି ଏକ ଫଟୋ। ସେହି ଫଟୋର କ୍ୟାପ୍‌ସନ୍‌ ଦେଇଛନ୍ତ, ‘ପିଲାଦିନେ ମୋ ଫ୍ୟାମିଲ୍‌ ଫଟୋର ସେହି ଅଜଣା ଯୁବକ ଜଣକ ଏବେ ମୋ ଭାବି ସ୍ୱାମୀ’। ଏହାର ଅର୍ଥ ଆପଣ ବୁଝିପାରୁଥିବେ ନିଶ୍ଚୟ। ଅର୍ଥାତ ଯୁବତୀ ଜଣକ ଯେତେବେଳେ ପିଲା ଥିଲେ ସେ ଯେଉଁ ସମୁଦ୍ର କୂଳରେ ଫଟୋ ନେଇଥିଲେ ତାଙ୍କ ଫଟୋର ପଛରେ କଏଦ ହୋଇଯାଇଥିଲେ ଜଣେ ଅଜଣା ବାଳକ। ଦଶ ବର୍ଷ ପରେ ବିବାହ ବୟସରେ ଉପନୀତ ହେଲେ ଯୁବତୀ। ସେ ଜଣେ ଯୁବକଙ୍କ ସହ ନିର୍ବନ୍ଧ ମଧ୍ୟ କଲେ। ପରସ୍ପର ପରସ୍ପରଙ୍କ ନିକଟତର ହେଲେ। ଦିନେ ଯୁବକ ଜଣକ ଯୁବତୀଙ୍କର ପୁରୁଣା ଫଟୋ ଦେଖୁ ଦେଖୁ ଜାଣିବାକୁ ପାଇଲେ ଯେ ସେ ଫଟୋରେ ଯେଉଁ ପିଲାଟି ରହିଛି ସେ ହେଉଛନ୍ତି ସେ ଯୁବକ ନିଜେ। ଏଥିରେ ଦୁହିଁଙ୍କର ଖୁସିର ସୀମା ଟପିଗଲା। ଏଠାରେ ଜଣାଇ ଦେଉଛୁ କି, ସମାନ ପୋଷାକ ଏବଂ ସମାନ ସମୂଦ୍ର କୂଳରେ ଯୁବକଙ୍କ ପିଲାଦିନ ଫଟୋକୁ ସେହି ଫଟୋରେ ମିଶାଇବା ଦ୍ୱାରା ଏକ୍‌ଦମ ଜାଣି ହେଉଛି ଯେ ସେ ବାଳକ ଜଣକ ହେଉଛନ୍ତି ଆଜିର ବିବାହଯୋଗ୍ୟ ଯୁବକ।

ସମ୍ବନ୍ଧିତ ଖବର