ଯାଆଁଳା ପିଲାଙ୍କ ଗ୍ରାମ କୋଡିନହି! ଏଠାରେ ଜନ୍ମ ହୋଇଥିବା ୧୦୦୦ ଜଣଙ୍କ ମଧ୍ୟରୁ ୪୨ଜଣ ହେଉଛନ୍ତି ଯାଆଁଳା

ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଯାଆଁଳାଙ୍କ ସଂଖ୍ୟା ଅଧିକ। ଦୀର୍ଘ ୭୦ ବର୍ଷ ହେଲା ଏହି ଗାଁରେ ଏପରି ଘଟିଆସୁଛି। ଏହାର କାରଣ ଜାଣିବା ପାଇଁ ଏବେ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଗାଁଟି ହେଉଛି କେରଳର କୋଡିନହି ଗ୍ରାମ। ଗାଁଟି ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସୂଚନାଯୋଗ୍ୟ ଯେ, ଭାରତର କୋଚିଠାରୁ ପାଖାପାଖି ୧୫୦ କିମି ଦୂରରେ ଅବସ୍ଥିତ ଏହି ଗାଁକୁ ଭଗବାନ ଏକ ସୁନ୍ଦର ବରଦାନ ଦେଇଛନ୍ତି। ବୈଜ୍ଞାନିକମାନେ ମଧ୍ୟ ଏହି ବରଦାନକୁ ଦେଖି ଆଚମ୍ବିତ ଏବଂ ଏହା ଜାଣିବା ପାଇଁ ସେମାନେ ଅନୁସନ୍ଧାନ କରୁଛନ୍ତି । କେରଳର କୋଡିନହି ନାମକ ଏହି ଗାଁରେ ୧୦୦୦ ଜଣ ପିଲାଙ୍କ ମଧ୍ୟରୁ ୪୨ଜଣ ଯାଆଁଳା ଜନ୍ମ ହୋଇଛନ୍ତି । ଏହା ସମଗ୍ର ବିଶ୍ୱରେ ହାରାହାରି ୭ ଗୁଣ ଅଧିକ। ସାଧାରଣତଃ ସମଗ୍ର ବିଶ୍ୱରେ ୧୦୦୦ରେ ମାତ୍ର ୬ ଜଣ ହିଁ ଯାଆଁଳା ଜନ୍ମ ହୁଅନ୍ତି। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି।

ବିଶ୍ୱରେ ଆଉ କୌଣସି ବି ସ୍ଥାନରେ ଏତେ ଯାଆଁଳା ଜନ୍ମ ହୁଅନ୍ତିନି, ଯେତିକି ଏହି କୋଡିନହି ଗ୍ରାମରେ ଜନ୍ମ ହୁଅନ୍ତି। ୭୦ ବର୍ଷ ହେଲା ଏହି କ୍ରମରେ ଚାଲିଛି। କିନ୍ତୁ ବିଜ୍ଞାନ କିଛି ବି ପ୍ରମାଣ କରିପାରିନି । କେରଳର ବୈଜ୍ଞାନିକ ଇ ପ୍ରୀଥମଙ୍କ କହିବାନୁସାରେ, ବୈଜ୍ଞାନିକଙ୍କ ଦୃଷ୍ଟିରୁ କିଛି ବି ସିଦ୍ଧ ହୋଇପାରିନି। କିଛି ଲୋକ କୁହଁନ୍ତି କି ଏହା ଜେନେଟିକ୍‌ ବୋଲି । କିନ୍ତୁ ଏହାର ମଧ୍ୟ କୌଣସି ପ୍ରମାଣ ନାହିଁ। କିଛି ଲୋକ ଏମିତି ବି କୁହନ୍ତି କି ଏଠାକାର ପାଣି, ପବନ ବା ମାଟିରେ ଏମିତି ରାସାୟନିକ ପଦାର୍ଥ ମିଶିଛି ଯେ, ଏହା ପ୍ରଜନନ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ। କିନ୍ତୁ ଯାଆଁଳା ଶିଶୁ ଜନ୍ମ ହେବାର ଏପର୍ଯ୍ୟନ୍ତ କିଛି ଜଣାପଡିନି।

ସମ୍ବନ୍ଧିତ ଖବର