ଜାଣନ୍ତୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୧୦ମ ସ୍ଥାନ ହାସଲ କରିଥିବା ଅଭିଷେକ ସୁରାନାଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଅଭିଷେକ ସୁରାନା ୧୦ମ ସ୍ଥାନ ହାସଲ କରିଛନ୍ତି । ସୁରାନା ପୂର୍ବରୁ ବି ଏହି ପରୀକ୍ଷା ପାସ କରିସାରିଛନ୍ତି, କିନ୍ତୁ ଆଇଏଏସ ହେବା ପାଇଁ ସେ ପୁଣି ଥରେ ପରୀକ୍ଷା ଦେଲେ ଓ ତାଙ୍କ ସ୍ୱପ୍ନକୁ ପୂରା କରିଛନ୍ତି। ପ୍ରଥମ ପରୀକ୍ଷା ସେ ୨୦୧୫ରେ ଦେଇଥିଲେ, ଯେଉଁଥିରେ ସେ ଇଣ୍ଟରଭ୍ୟୁରୁ ବାହାର ହୋଇଯାଇଥିଲେ । ତା’ପରେ ୨୦୧୬ରେ ପୁଣି ଥରେ ପରୀକ୍ଷା ଦେଇ ୨୫୦ତମ ସ୍ଥାନ ହାସଲ କରିଥିଲେ। ଯାହା ପରେ ସେ ଆଇପିଏସ ହୋଇଥିଲେ ।

ଏବେ ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ଟ୍ରେନିଙ୍ଗ ନେଉଛନ୍ତି । ଆପଣ ଜାଣି ଚକିତ ହୋଇଯିବେ ଯେ, ସେ ଆଇଏଫଏସର ପରୀକ୍ଷା ବି ଦେଇଥିଲେ, ଯେଉଁଥିରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । କିନ୍ତୁ ଆଇଏଏସ ହେବା ଇଚ୍ଛାରେ ସେ ପରୀକ୍ଷା ଦେଲେ ଓ ୧୦ମ ସ୍ଥାନ ହାସଲ କଲେ ।

ରାଜସ୍ଥାନର ଭିଲୱାଡା ନିବାସୀ ଅଭିଷେକ ସୁରାନା ଆଗରୁ ଆଇଆଇଟିରୁ ଗ୍ରାଜୁଏସନ କରିଥିଲେ ଓ ତା’ପରେ ସେ ବିଦେଶ ଚାଲି ଯାଇଥିଲେ। କିନ୍ତୁ ବିଦେଶରେ ସେ ବେଶୀ ଦିନ ରହି ନପାରି ଫେରିଆସିଥିଲେ ।

ସୂଚନାଯୋଗ୍ୟ, ସେ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ଥିଲେ ଓ ସିଙ୍ଗାପୁରର ଏକ ବ୍ୟାଙ୍କରେ ତାଙ୍କର ଚାକିରି ବି ହୋଇଯାଇଥିଲା। ତା’ପରେ ସେ ତାଙ୍କ ଦୁଇଜଣ ବନ୍ଧୁଙ୍କ ସହ ମିଶି କମ୍ପାନି ଖୋଲି ବ୍ୟବସାୟ କଲେ ଓ ଲଣ୍ଡନର ଏକ ବ୍ୟାଙ୍କରେ ଚାକିରି ମଧ୍ୟ କରୁଥିଲେ।

ସମ୍ବନ୍ଧିତ ଖବର