ଦୀପାବଳିରେ ଏହି ୬ଟି କଥାକୁ ଧ୍ୟାନ ଦିଅନ୍ତୁ; କରିବାକୁ ପଡ଼ିବନି ଦୁର୍ଘଟଣାର ସାମ୍ନା

ଆଲୋକର ପର୍ବ ଦୀପାବଳିକୁ ଭାରତର ଲୋକମାନେ ଖୁବ୍‌ ଧୁମ୍‌ଧାମରେ ପାଳନ କରିଥାନ୍ତି । କିନ୍ତୁ ପ୍ରତିବର୍ଷ ଏହି ଦିନ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି । ଯାହା ଅନେକଙ୍କ ଦୀପାବଳିକୁ ଫିକା କରି ଦେଇଥାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଦୀପାବଳିରେ ଦୀପ ଜାଳିବା ସହ ବାଣ ମଧ୍ୟ ଫୁଟାଇଥାନ୍ତି । ବେଳେ ବେଳେ ବାଣ ଫୁଟାଇବା ସମୟରେ ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥାଏ । ଚଳିତବର୍ଷ ଯେମିତି ସେପରି କିଛି ଆପଣଙ୍କ ସହ ନ ଘଟୁ ସେ ନେଇ ଏହି ୬ଟି କଥାକୁ ଧ୍ୟାନରେ ରଖନ୍ତୁ ।

୧. ବାଣ ସବୁବେଳେ ଖୋଲା ସ୍ଥାନରେ ଫୁଟାନ୍ତୁ। ପାଖରେ ପେଟ୍ରୋଲ, ଡିଜେଲ, କେରୋସିନ ବା ଗ୍ୟାସ୍‌ ସିଲିଣ୍ଡର ଥିଲେ ସେଠାରେ ଭୁଲରେ ମଧ୍ୟ ବାଣ ଫୁଟାନ୍ତୁ ନାହିଁ ।
୨. ଆଜିକାଲି ବଜାରରେ ନକଲି ବାଣର ପରିମାଣ ବଢ଼ିବାରେ ଲାଗିଛି । ସେଥିପାଇଁ ବାଣ କିଣିବା ସମୟରେ ଅସଲି ଓ ନକଲିର ପରଖ କରି ନେବା ଦରକାର ।

YourStory

୩.ବାଣ ଫୁଟାଇବା ସମୟରେ ଲମ୍ବା ବାଡ଼ିର ବ୍ୟବହାର କରିବା ସହ ମହମବତୀର ବ୍ୟବହାର କରନ୍ତୁ । ଦିଆସିଲି ବା ଲାଇଟର ସାହାଯ୍ୟରେ ଜମା ବି ବାଣ ଫୁଟାନ୍ତୁ ନାହିଁ ।
୪.ଏହା ଛଡ଼ା ଲୋକମାନେ ଏକା ସମୟରେ ବିଭିନ୍ନ ପ୍ରକାରର ବାଣ ଫୁଟାଇଥାନ୍ତି । ଯାହାଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ବଢ଼ି ଯାଇଥାଏ। ସେଥିପାଇଁ ଗୋଟେ ସମୟରେ ଗୋଟେ ପ୍ରକାରର ବାଣ ଫୁଟାଇବା ପାଇଁ ଚେଷ୍ଟା କରନ୍ତୁ ।
୫.ଯଦି କୌଣସି ବାଣକୁ ଗୋଟେ ଥର ଜଳାଇବା ପରେ ତାହା ନ ଜଳୁଛି । ତେବେ ତାହାକୁ ଦ୍ୱିତୀୟ ଥର ଜଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହା ସହ ସେହି ବାଣକୁ ହାତରେ ନ ଉଠାଇ ସେଥିରେ ପାଣି ପକାଇ ଦିଅନ୍ତୁ ।

Awaaz Nation

୬.ଦୀପ ଜଳାଇବା ଏବଂ ବାଣ ଫୁଟାଇବା ସମୟରେ ନାଇଲନ୍‌ ବା ଖସଡ଼ା ପୋଷାକ ନ ପିନ୍ଧି ସୂତା ତିଆରି ପୋଷାକ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର