କଳିଯୁଗ ସଂପର୍କରେ ଏହି ସବୁ କଥା ଜାଣନ୍ତି କି?

ଏକଥା ସମସ୍ତେ ଜାଣନ୍ତି ଯେ ଆମେ ସବୁ ହେଉଛନ୍ତି କଳିଯୁଗର ଲୋକ। ଡିସେମ୍ବର ଶେଷରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଆମେ ସବୁ ଶୁଣିଥିଲେ ବି ଏବେ ବି ସମେସ୍ତ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ଓଜନସ୍ତରରେ କଣା, ପରମାଣୁ ବୋମା, ଜନସଂଖ୍ୟା ବୃଦ୍ଧି, ବରଫ ତଳଳିବା ଓ ପାପା ଭାର ବଢ଼ିବା ସତ୍ୱେ ବି ଆମେ ସବୁ ଜୀବିତ। ଏକଥାର ଏହା ହିଁ ପ୍ରମାଣ ଯେ ଆମେ ସମସ୍ତେ କଳିଯୁଗରେ ବାସ କରୁଛନ୍ତି।

ଆମେ କଳିଯୁଗର ଶେଷ ପର୍ଯ୍ୟାୟରେ ଅଛନ୍ତି। ମାତ୍ର ଏହା କ’ଣ ସତ ଯେ ଆମେ ସବୁ ଜଳମଗ୍ନ ହୋଇଯିବା? ଏ ପୃଥିବୀ ଉପରେ ପାଣିର ସୁଅ ଚାଲିବ!

ଏ ନେଇ କେତେକ ଦାର୍ଶନିକ ମତ ରଖନ୍ତି ଯେ ପୃଥିବୀ ଦୁଇଟି ମୁଖ୍ୟ ସାଇକେଲ୍‌ ଦ୍ୱାରା ପରିଚାଳିତ। ଗୋଟାଏ ହେଉଛି ପ୍ରେମର। ଯେଉଁଥିରେ ୪ଟି ଉପାଦାନ ରହିଛି। ଅନ୍ୟଟି ହେଉଛି ଘୃଣାର। ସେ ଆହୁରି ବି ମତ ରଖନ୍ତି ଯେ ଉଭୟ ସାଇକେଲର ଭୂମିକା ଆବଶ୍ୟକ।

ପୁରାଣରୁ ଜାଣିବାକୁ ମିଳେ ଯେ କୃଷ୍ଣଙ୍କ ମୃତ୍ୟୁ ହେବା ପରେ ହିଁ ଦ୍ୱାପର ଯୁଗର ଅନ୍ତ ଘଟେ ଓ କଳିଯୁଗ ଆରମ୍ଭ ହୁଏ। ସେ ସମୟ ହେଉଛି ଖ୍ରୀ.ପୂ ୩୧୦୨ ଫେବ୍ରୁଆରି୧୭/୧୮ ବୋଲି ଆକଳନ କରାଯାଏ।

ବିଶ୍ୱାସ କରାଯାଏ ଯେଯ ଯେବେ ସତ୍ୟ, ଧର୍ମ, ନ୍ୟାୟ ପରାଜୟ ହେବେ। ପାପ ବିଜୟ ଲାଭ କରିବା ସେ ସମୟ କଳିଯୁଗର ଶେଷ ସମୟ ହେବ।

 

ସମ୍ବନ୍ଧିତ ଖବର