ଏହି ସବୁ କର୍ମ କଲେ ଆୟୁ ହ୍ରାସ ପାଏ , ଜାଣନ୍ତୁ ଧର୍ମରାଜ ଯୁଧିଷ୍ଠିରଙ୍କୁ କି ଉପଦେଶ ଦେଇଥିଲେ ଯମରାଜ

ମୃତ୍ୟୁ ଦେବତା ଯମରାଜଙ୍କ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ତାଙ୍କର ନେବା ସମୟ ହେଲେ ମଣିଷକୁ କେହି ବି ରୋକିପାରେନା। ମାତ୍ର ସେ ବି ଏକ ନିୟମରେ ବନ୍ଧା। ଯେତେବଳେ ଚାହିଁଲେ ସେତେବେଳେ କାହାର ଜୀବନ ନେବାର କ୍ଷମତା ସ୍ୱୟଂ ଯମରାଜଙ୍କ ବି ନାହିଁ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଏକଦା ପାଣ୍ଡବ ପାଞ୍ଚ ଭାଇଙ୍କ ମଧ୍ୟରୁ ସବୁଠାରୁ ବଡ଼ ଭାଇ ବା ଧର୍ମରାଜଯୁଧିଷ୍ଠିରଙ୍କୁ ଯମରାଜ ମୃତ୍ୟୁ ସଂପର୍କରେ କି ଉପଦେଶ ଦେଇଥିଲେ ଆସନ୍ତୁ ଜାଣିବା।

ସ୍ୱଭାବିକ ଜୀବନ ଶୈଳୀରୁ ଭିନ୍ନ। ଅର୍ଥାତ ଦୈନନ୍ଦିନ ଜୀବରେ ଆମର ଆଚରଣ ଯେପରି ହେବା ଉଚିତ ଯଦି ସେଥିରେ କିଛି ଅସ୍ୱାଭାବିକତା ପରିଲିକ୍ଷିତ ହୁଏ ତେବେ ମୃତ୍ୟୁ ଅପେକ୍ଷାକୃତ ଶୀଘ୍ର ହୋଇଥାଏ।

ବିପରୀତ ଦିଗକୁ ମୁଣ୍ଡ କରି ଶୋଇବା ବି ଶୀଘ୍ର ମୃତ୍ୟୁର କାରଣ ହୋଇଥାଏ। ପୁରାଣ ଅନୁସାରେ ଯେଉଁ ଦିଗକୁ ମୁଣ୍ଡ କରି ଶୋଇବାକୁ ପରାମର୍ଶ ଦିଆଯାଇଛି ସେପଟେ ହିଁ ଶୋଇବା ଉଚିତ।

ଏକାଧିକ ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ବି ବ୍ୟକ୍ତିର ଆୟୁ ହ୍ରାସର କାରଣ ହୋଇଥାଏ। ଲାଳସାର ମୋହରେ ଆସି ସୀମା ଅତିକ୍ରମ କରିବା ମୃତ୍ୟୁକୁ ବରଣ କରିବା ସହ ସମାନ।

ନିଜ  ଛାଇକୁ ନିଜେ ଦେଖିବା ବି ଏକ ଆୟୁ ହାନୀକାରୀ ପ୍ରକୃତି। ହୁଏତ ଆପଣ ଏମିତି କେବେ ପିଲାଦିନେ କରିଥିବେ ଯଦି ବଡ଼ ଲୋକଙ୍କଠାରୁ ଗାଳି ନିଶ୍ଚୟ ଶୁଣିଥିବେ।

ଘରକୁ ପୁରା ଅନ୍ଧାର କରି ଶୋଇବା ପାଇଁ ବି ଯମରାଜ ବାରଣ କରିଛନ୍ତି। ଶୋଇବା ସମୟରେ ସ୍ୱଳ୍ପ ଆଲୋକ ହେଉ ପଛେ ଘରେ ଜାଳି ଶୋଇବା ଉଚିତ।

କରଜ ଏକ ଏପରି ଚିନ୍ତା ଯାହା ବ୍ୟକ୍ତିକୁ ତଳିତଳାନ୍ତ କରିପକାଏ। କରଜର ପରିମାଣ ଯେତେ କମ୍‌ ହେଉ ପଛେ ଏହା ମାନସିକ ଅଶାନ୍ତିର କାରଣ ହୋଇଥାଏ। ଯାହା ପରୋକ୍ଷରେ ଆୟୁ ହ୍ରାସ କରେ।

ଏହାବ୍ୟତୀତ ଗୁରୁଜନଙ୍କୁ ପଛରେ ଟଥା କରିବା, ରହୁଥିବା ପରିବେଶକୁ ଅଳିଆ କରିବା, ମୁଣ୍ଡରେ ତେଲ ଲଗାଇବା ପରେ ସେହି ହାତକୁ ଦେହରେ ଲଗାଇବା, ଭିନ୍ନକ୍ଷମଙ୍କ ପଛରେ ହସିବା ଆଦି ଆୟୁ କମର କାରଣ ହୋଇଥାଏ।

 

 

ସମ୍ବନ୍ଧିତ ଖବର