ସୁଖୀ ଜୀବନ ଚାହୁଁଥିଲେ ମାନନ୍ତୁ ଗୀତାର ଏହି କଥା; ତ୍ୟାଗ କରନ୍ତୁ ନିଜ ଭିତରର ୨ଟି ଗୁଣ

ଯାହାକି ଆମେ ସମସ୍ତେ ଜାଣନ୍ତି କି ମହାଭାରତ ଯୁଦ୍ଧ ପୂର୍ବରୁ ନିଜର ରକ୍ତ ସଂପର୍କୀୟ ଭାଇ କୌରବମାନଙ୍କୁ ହତ୍ୟା କରିବା କଥା ଚିନ୍ତା କରି ଦୁର୍ବଳ ହୋଇପଡୁଥିଲେ କୃଷ୍ଣଙ୍କ ସଖା ଅର୍ଜୁନ। ଅର୍ଜୁନଙ୍କୁ କର୍ମ, ଧର୍ମ ଓ କର୍ତ୍ତବ୍ୟ ଆଦିର ଗୁରୁତ୍ୱ ବୁଝାଇବା ପାଇଁ କୃଷ୍ଣଙ୍କ ମୁହଁରୁ ଯେଉଁସବୁ ବାଣୀ ନିର୍ଗତ ହୋଇଥିଲା ତାହା ହେଉଛି ଶ୍ରୀମଦ୍ଦ ଭଗବଦ୍‌ ଗୀତା। ଏହା ହେଉଛି ସଂସାରର ଶ୍ରେଷ୍ଠ ପୁସ୍ତକ। ଗୀତାବାଣୀକୁ ମାନି ଚଳିଲେ କୌଣସି ସମୟରେ ଉପୁଜୁଥିବା କିଛି ବି ଦ୍ୱନ୍ଦ୍ୱକୁ ସହଜରେ ଦୂର କରିହେବ।

ତେବେ ସେହି ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସୁଖୀ ଜୀନବ ପାଇଁ ଦୁଇଟି କଥାକୁ ତ୍ୟାଗ କରିବାକୁ କହିଛନ୍ତି। ଏହି ଦୁଇ ଗୁଣ ତ୍ୟାଗ କରିବା ଦ୍ୱାରା ବ୍ୟକ୍ତି ଜୀବନର ଅଧିକରୁ ଅଧିକାଂଶ ଦୁଃଖ କମ୍‌ ହୋଇଥାଏ।

ପ୍ରଥମଟି ହେଉଛି ଲୋଭ; ତାହା ଶରୀରିକ ଲୋଭ ହେଉ, ଅର୍ଥ ଲୋଭ ହେଉ କିମ୍ବା ଖାଦ୍ୟାର ଲୋଭ ହେଉ। ଲୋଭ ସର୍ବଦା ବିନାଶର ପଥ କଢ଼େଇ ଥାଏ।

ଦ୍ୱିତୀୟଟି ହେଉଛି କ୍ରୋଧ; ଯେଉଁ ବ୍ୟକ୍ତିର ନିଜ ରାଗ ଉପରେ ଆୟତ୍ତ ନାହିଁ ସେ କେବେ ବି ଜୀବନରେ ସୁଖୀ ହୋଇପାରିବ ନାହିଁ। କ୍ରୋଧ ମଣିଷର ଅଧାରୁ ଅଧିକ ସୁଖ ନଷ୍ଟ କରି ଦେଇଥାଏ।

ସମ୍ବନ୍ଧିତ ଖବର