ଭିନ୍ନ ଏକ ପ୍ରେମ କାହାଣୀ : ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ହାତ ଧରିଲେ ହୃଦୟବାନ୍‌ ଯୁବକ

ନୂଆଦିଲ୍ଲୀ : ଆଜିକାଲି ମହିଳାମାନଙ୍କ ଉପରେ ହିଂସା ବଢ଼ିଛି। ତେବେ ଏହି ହିଂସାର ସବୁଠାରୁ ଅମାନୁଷିକ ରୂପ ହେଉଛି ଏସିଡମାଡ। ଦେଖିବାକୁ ମିଳୁଛି, ପ୍ରେମ ନିବେଦନ ହେଉ କି ବିବାହ ପ୍ରସ୍ତାବ ହେଉ, ଜଣେ ନାରୀ ଯଦି ନିଜର ଇଚ୍ଛା ପ୍ରକାଶ କରି ଅମତ ହୁଏ ତେବେ ଏସିଡ ମାଡର ଶିକାର ହେଉଛି। ଏହା ପରେ ମହିଳାଙ୍କ ଜୀବନ କିପରି ଦୁର୍ବିସହ ହୋଇ ଉଠିଛି ସେ ବିଷୟରେ କେହି ବି ଭାବୁ ନାହାନ୍ତି ।

କିଛି ବର୍ଷ ପୁର୍ବେ ଜଣେ ୧୫ ବର୍ଷୀୟ ଯୁବତୀ ପ୍ରମୋଦିନୀ ରାଉଳଙ୍କୁ ପାରାମିଲିଟାରି ଫୋର୍ସରେ ଚାକିରି କରିଥିବା ଜଣେ୨୮ ବର୍ଷୀୟ ଯୁବକ ବିବାହ ପ୍ରସ୍ତାବ ପଠାଇଥିଲେ । ସେ ପ୍ରସ୍ତାବରେ ରାଜି ନ ହେବାରୁ ରାଗରେ ଉକ୍ତ ଯୁବକ ପ୍ରମୋଦିନୀଙ୍କ ଉପରେଏସିଡ୍‍ ଢ଼ାଳିଦେଲେ! ଏଥିରେ ତାଙ୍କର ଦୁଇ ଆଖି ନଷ୍ଟ ହେବା ସହିତ ଶରୀରର ଅଧା ପୋଡ଼ି ଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଥିଲା । କିନ୍ତ ୨୦୧୨ରେ ପ୍ରମାଣ ଅଭାବରୁ ତାଙ୍କୁ ଜାମିନ ମିଳି ଯାଇଥିଲା । ଅନ୍ୟପକ୍ଷରେ ଏହି ଘଟଣା ପରେ ପ୍ରମୋଦୀନିଙ୍କୁ ୪ ମାସ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା । ଏହା ପରେପ୍ରମୋଦିନୀଙ୍କ ପ୍ରମୋଦିନୀଙ୍କୁ ତାଙ୍କ ଘର ଓଡ଼ିଶା ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କ ବିଧବା ମା’ ତାଙ୍କୁ ଏକା ସମ୍ଭାଳିଥିଲୋ ।

Indiatimes

ତାଙ୍କ ଶରୀରର ଅଧାଭାଗ ପୋଡ଼ି ଯାଇଥିବା ବେଳେ ୨୦୧୪ରେ ପ୍ରମୋଦିନୀଙ୍କ ଗୋଡ଼ ସଂକ୍ରମିତ ହେଉଛି ବୋଲି ସେ ଜାଣିବାକୁ ପାଇଲେ । ଏଥି ନେଇ ସେ ଡାକ୍ତରଙ୍କୁ ଜଣାଇବା ପରେ ସେ କହିଥିଲେ, ତୁମକୁ ଠିକ୍‌ ଭାବେ ଚାଲିବା ପାଇଁ ଆହୁରି ୪ ବର୍ଷ ଲାଗିବା ପ୍ରମୋଦିନୀ ହାର ନ ମାନି ଚିକିତ୍ସା କରାଇବାକୁ ରାଜି ହୋଇଥିଲେ । ଡାକ୍ତରଖାନାରେ ନିଜ ଗୋଡ଼ର ଚିକିତ୍ସା କରାଉଥିବା ବେଳେ ତାଙ୍କର ଦେଖା ହୋଇଥିଲା ସରୋଜଙ୍କ ସହ, ସେହି ହସ୍ପିଟାଲର ଜଣେ ନର୍ସଙ୍କ ବନ୍ଧୁ ଥିଲେ । ପ୍ରଥମେ ପରିଚୟ ଓ ତାପରେ କଥାବାର୍ତ୍ତାରୁ ଦୁହିଁଙ୍କ ଭିତରେ ଗଢ଼ି ଉଠିଲା ସଂପର୍କ।

ପ୍ରମୋଦିନୀ କହନ୍ତି, “ଆମେ ମାର୍ଚ୍ଚ ୨୦୧୪ରେ ଦେଖା ହୋଇଥିଲୁ ଯେତେବେଳେ ସେ ତାଙ୍କ ସାଙ୍ଗ ସହ ହସ୍ପିଟାଲ ବୁଲିବାକୁ ଆସିଥିଲେ । ସେ ମୋତେ ଦେଖିଥିଲେ ମଧ୍ୟ ଆମେ କଥା ହୋଇ ନଥିଲୁ । ୧୫ ଦିନ ଯିବା ପରେ ସେ ମୋ ସହ କଥା ହେବା ଆରମ୍ଭ କରିବା ସହିତ ମୋ ମା’ଙ୍କୁ ସହାୟତାର ହାତ ବଢ଼ାଇଥିଲେ । ସବୁ ବେଳେ ମୋ ମା ମୋର ଫିଜିଓଥେରାପି କରିବା ସମୟରେ ମୋ ସହ ଆସନ୍ତି । ଥରେ ସରୋଜ ମୋ ମା’ଙ୍କୁ ଡ଼କ୍ଟରଙ୍କ ସହ କଥା ହେବାର ଶୁଣିଲେ । ଡ଼କ୍ଟର ମା’ଙ୍କୁ କହୁଥିଲେ କି ତୁମ ଝିଅକୁ ଠିକ୍‌ ହେବା ପାଇଁ ଆହୁରି ୪ ବର୍ଷ ଲାଗିବ । ଏହା ଶୁଣି ମୋ ମା’ ଭାଙ୍ଗି ପଡ଼ିଥିଲା ବେଳେ ସରୋଜ ମା’ଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ କହିଥିଲେ ତୁମ ଝିଅ ଆଉ ଥରେ ଚାଲିବା ପାଇଁ ମୁଁ ସବୁ ପ୍ରକାର ସାହାଯ୍ୟ କରିବି । ଏହା ପରେ ସରୋଜ ସବୁ ବେଳେ ହସ୍ପିଟାଲ ଆସିବାକୁ ଲାଗିଲେ ଏବଂ ମୋତେ ମୋର ସବୁଠାରୁ କଠିନ ସମୟରୁ ବାହାରିବା ପାଇଁ ସେ ବହୁତ ସାହାଯ୍ୟ କରିଥିଲେ । ଧୀରେ ଧୀରେ ଆମ ମାନଙ୍କ ଭିତରେ ବନ୍ଧୁତା ବଢ଼ିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭଲପାଇବାରେ ପରିଣତ ହୋଇଥିଲା।”

ଏହାପରେ ପ୍ରମୋଦିନୀ ଏବଂ ସରୋଜ ବାହା ହେବା ପାଇଁ ନିଷ୍ପତ୍ତି ନେଇ ସାରିଥିବା ବେଳେ ପରିବାରର ସହମତି ମଧ୍ୟ ମିଳି ସାରିଛି । ପ୍ରମୋଦିନୀଙ୍କର ହେବାକୁ ଥିବା ସର୍ଜରୀ ପରେ ସେମାନେ ବିବାହ କରିବେ ବୋଲି ଜଣାପଡ଼ିଛି । ଏହା ସହିତ ସେ ଏବେ ବି ମଧ୍ୟ ତାଙ୍କ ଅକ୍ରମଣକାରୀ କେବେ ଗିରଫ ହେବ ବୋଲି ଚାହିଁ ବସିଛନ୍ତି ପ୍ରମୋଦିନୀ।

ସମ୍ବନ୍ଧିତ ଖବର