ପ୍ରତିଶ୍ରୁତି ରଖିଲେନି ମନ୍ତ୍ରୀ, ପ୍ରତିବାଦରେ ମହିଳା ମନ୍ତ୍ରୀଙ୍କ ଘରେ କଙ୍କଡ଼ା ଛାଡ଼ିଦେଲେ

ଚେନ୍ନାଇ: ସମୁଦ୍ର କୂଳ ଖାଉଛିି। ୫୦ ପରିବାରଙ୍କ ଜୀବନ୍ନ ବିପନ୍ନ। ମନ୍ତ୍ରୀ ଗଲେ, ବୁଲିଲେ, ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତିଦେଲେ। ମାତ୍ର ପ୍ରତିଶ୍ରୁତି କାର୍ଯ୍ୟକାରୀ କଲୋ ନାହିଁ। ତେଣୁ ମନ୍ତ୍ରୀଙ୍କୁ ନିଜ ପ୍ରତିଶ୍ରୁତି ସମ୍ପର୍କରେ ଚେତାଇ ଦେବା ପାଇଁ ଜଣେ ମହିଳା ସାମାଜିକ କର୍ମୀଏକ ଅଭିନବ ଉପାୟ ଆପଣେଇଛନ୍ତି। ମହିଳାଜଣକ ସମୁଦ୍ରରୁ କଙ୍କଡ଼ା ଧରି ଆଣି ମନ୍ତ୍ରୀଙ୍କ ଘର ଆଗରେ ଛାଡ଼ି ଦେଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ମହିଳା ସାମାଜିକ କର୍ମୀଙ୍କୁ ପୁଲିସ ଗିରଫ କରିଛିି। ଏହି ଘଟଣା ଘଟିଛି ତାମିଲନାଡୁର ମତ୍ସ୍ୟ ବିଭାଗ ମନ୍ତ୍ରୀ ଡି ଜୟକୁମାରଙ୍କ ଘରେ।
ତାମିଲନାଡୁର ସାନ୍ଥୋମ ନିକଟସ୍ଥ ସେଣ୍ଟ ଥମାସ କାଥେଡ୍ରାଲର ପାଖରେ ରହିଛି ପଟ୍ଟିନପକ୍କମ ଗାଁ। ଏହି ଗ୍ରାମରେ ପ୍ରାୟ ୫୦ ଟି ମତ୍ସ୍ରଜୀବୀ ପରିବାର ରୁହନ୍ତି। ମାତ୍ର ଗତ କିଛି ଦିନ ହେବ ସମୁଦ୍ର କୂଳ ଖାଇବାରେ ଲାଗିଛି। ଗାଁର ପ୍ରାୟ ୧ କିଲୋମିଟର ଅଞ୍ଚଳର ସମୁଦ୍ର ଗର୍ଭରେ ଲୀନ ହୋଇ ଗଲାଣି।ଏ ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ମତ୍ସବିଭାଗର ମନ୍ତ୍ରୀ ଡି ଜୟକୁମାର ପ୍ରଭାବିତ ଗାଁକୁ ଯାଇ ଘଟଣାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଏହି ୫୦ ପ୍ରଭାବିତ ମତ୍ସ୍ୟଜୀବୀ ପରିବାରଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ଡି ଜୟକୁମାର। ମାତ୍ର ମନ୍ତ୍ରୀ ଜୟକୁମାର କିଛି ପଦକ୍ଷେପ ନ ନେବାରୁ ନର୍ମଦା ନାମକ ଜଣେ ମହିଳା ସାମାଜିକ କର୍ମୀ ,ଯିଏ ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟ କରନ୍ତି ,ମନ୍ତ୍ରୀଙ୍କ ଘର ଦୁଆର ମୁହଁରେ ନେଇ କଙ୍କଡ଼ା ଛାଡ଼ି ଦେଇଥିଲେ। ପରେ ସେଠାରେ ମୁତତନ ସୁରକ୍ଷା କର୍ମୀ ମନ୍ତ୍ରୀଙ୍କ ଘରେ ଅନୁପ୍ରବେଶ ଯୋଗୁଁ ସମ୍ପୃକ୍ତ ସାମାଜିକ କର୍ମୀଙ୍କୁ ଗିରଫ କରି ନେଇଛନ୍ତି।

ସମ୍ବନ୍ଧିତ ଖବର