ରାବଣର ମୃତ୍ୟୁ ପରେ ଅରଣ୍ୟରେ ନିର୍ବାସିତା ସୀତାଙ୍କୁ ଭେଟି କ’ଣ କହିଲା ସୁର୍ପଣଖା

ଲଙ୍କେଶ ରାବଣ ସହ ଯୁଦ୍ଧରେ ପ୍ରଭୁ ରାମଚନ୍ଦ୍ର ବିଜୟୀ ହେବା ସହ ସୀତା ହରଣର ପ୍ରତିଶୋଧ ନେଲେ। କିନ୍ତୁ, ରାମରାବଣ ଯୁଦ୍ଧର ହେତୁ ସୁର୍ପଣଖା ଏ ପର୍ଯ୍ୟନ୍ତ ନିଜେ ପ୍ରତିଶୋଧ ନେଇ ନ ଥିଲା।

ଯେତେବେଳେ ସେ ଶୁଣିଲା କି, ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରିଛନ୍ତି, ଭାବିଲା ଠିକଣା ବେଳ ଉପଗତ। ତା’ର ମନେପଡ଼ିଲା, ପ୍ରଭୁ ରାମ ଏବଂ ତାଙ୍କ ଅନୁଜ ଲକ୍ଷ୍ମଣ କିପରି ତା’ର ନାସିକା ଛେଦନପୂର୍ବକ ଅପମାନ ଦେଇଥିଲେ।

ସୁର୍ପଣଖା ଅପମାନ କାରଣରୁ ହିଁ ଭାଇ ରାବଣ ରାମଙ୍କ ଉପରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ, ପରିସ୍ଥିତି ବଦଳି ଯିବାରୁ ରାବଣ ରାମଙ୍କ ଦ୍ୱାରା ନିହତ ହେଲେ।

ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପରେ ଲୋକେ ସୀତାଙ୍କ ସତୀତ୍ୱ ଉପରେ ସନ୍ଦେହ କରିବାରୁ ରାମଚନ୍ଦ୍ର ତାଙ୍କୁ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। ଜଣେ ସୁ-ଗୃହିଣୀ ହିସାବରେ ଅନ୍ତଃସତ୍ତ୍ୱା ସୀତା ଏ ନିଷ୍ପତ୍ତିକୁ ସ୍ୱୀକାର କରି ରାଜନବର ଛାଡ଼ିଥିଲେ।

ଗହନ ବନରେ ସୀତାଙ୍କର ବାଲ୍ମୀକି ଋଷିଙ୍କ ସହ ଭେଟ ହେଲାରୁ ସେ ତାଙ୍କୁ ନେଇ ଆଶ୍ରମରେ ରଖିଲେ। ସୀତା ଶାନ୍ତି ସନ୍ତୋଷରେ ଆଶ୍ରମ ଜୀବନଯାପନ କରୁଥିବା ବେଳେ ଦିନେ ତାଙ୍କ କୁଟୀରରେ ଉଭା ହେଲା ସୁର୍ପଣଖା।

ସ୍ୱାମୀ ପରିତ୍ୟକ୍ତା ସୀତା ଆସି ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ଆଶ୍ରୟ ନେଇଥିବା ଦେଖି ସୁର୍ପଣଖା ଅତ୍ୟନ୍ତ ଆନନ୍ଦିତ ହେଲା। ସୀତାଙ୍କୁ ତାଚ୍ଛଲ୍ୟ କଲା। ତାଙ୍କୁ ମନେ ପକେଇ ଦେଲା ଦିନେ ସେ ଯେମିତି ରାମ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେମିତି ଆଜି ସେ ମଧ୍ୟ ପ୍ରତ୍ୟାଖ୍ୟିତା। ସେ ତାଙ୍କୁ ଆହୁରି ସ୍ମରଣ କରାଇ ଦେଲେ ସେଦିନ ସେ କେମିତି ଅପମାନ ସହ୍ୟ କରିଥିଲା। ଆଜି ସୀତା ସମଦଶା ଭୋଗୁଥିବାରୁ ସେ ଆନନ୍ଦିତା।

ସୁର୍ପଣଖାର ତାଚ୍ଛଲ୍ୟରେ ରାଗ ନ କରି ସୀତା ମୃଦୁ ହସି ତାକୁ କିଛି ତଟକା କୋଳି ଯାଚି କହିଲେ ଏ କୋଳି ମନ୍ଦଦୋରୀଙ୍କ ଉଦ୍ୟାନର କୋଳି ଭଳି ସୁମିଷ୍ଟ।

ବିବ୍ରତ ନ ହୋଇ ସୀତା ସ୍ମିତ ହସିବା ଦେଖି ସୁର୍ପଣଖା ଆଚମ୍ବିତ ହୋଇ ଯାଇଥିଲେ। ସେ ଆଶା କରିଥିଲା ଏଥିରେ ସୀତା କାନ୍ଦି ପକାଇବେ। ସେ କାନ୍ଦିଲେ ତାକୁ ଖୁସି ଲାଗିବ।

ଶାନ୍ତ ଭାବରେ ଏଥର ସୀତା କହିଲେ: ତୁମକୁ ସୁଖ ପାଉ ନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ତୁମେ ସୁଖ ପାଇବା ପାଇଁ ସାମର୍ଥ୍ୟ ପାଅ। ନିସର୍ତ୍ତରେ ଅନ୍ୟକୁ ଭୋଜନ କରାଇବା ପାଇଁ ଆପଣାର ଆଗ୍ରହ ବଢ଼ାଅ।

ଏଥିର ସୁର୍ପଣଖା ଆହୁରି ଆଚମ୍ବିତ ତଥା କ୍ରୋଧାନ୍ଵିତ ହୋଇ କହିଲା କି, ତାଙ୍କ ପ୍ରତି ହୋଇ ଥିବା ଅପମାନର ସେ ନ୍ୟାୟ ଚାହୁଁଛନ୍ତି। ତାକୁ ବୁଝାଇ ଦେବାକୁ ଯାଇ ସୀତା କହିଲେ କି, ତାଙ୍କ ଅପରାଧୀ ଦଣ୍ଡିତ ହୋଇ ସାରିଛନ୍ତି।

ସୀତା କହିଲେ କି, ତାଙ୍କୁ କୁରୂପା କରିବା ପରେ ଦଶରଥଙ୍କ ପୁତ୍ରଗଣଙ୍କ ମନରେ ଶାନ୍ତି ନ ଥିଲା। କିନ୍ତୁ, ସୁର୍ପଣଖା ଏ କଥା ବିଶ୍ୱାସ କଲା ନାହିଁ। ସୀତା କହିଲେ ଶୁଣ, ତୁମକୁ ଆହତ କରିଥିବା ଲୋକେ ତାଙ୍କର ଅନୁଶୋଚନା ବ୍ୟକ୍ତ ନ କଲେ ମଧ୍ୟ ମୁଁ ନିଶ୍ଚୟ ତାହା ବ୍ୟକ୍ତ କରି ପାରିବି।

ସେ ସୁର୍ପଣଖାକୁ ବୁଝାଇ କହିଲେ କି, ତୁମେ ନିଜେ ନିଜର ଶିକାର ସାଜିଛ। ଏମିତି ହେଲେ ସେ ରାବଣ ଦଶା ଭୋଗିବେ।

ସୀତା କହିଲେ, ତୁମ ଭାଇ ମରିଛନ୍ତି, ପୁତ୍ରମାନେ ମରିଛନ୍ତି ଏବଂ ରାଜନଗର ପୋଡ଼ି ଯାଇଛି। ତଥାପି ତୁମେ ମଥା ଟେକି ଛିଡ଼ା ହୁଅ। ସଂସ୍କୃତି ଆସିବ, ଯିବ। ରାମ ଓ ରାବଣ ଆସିବେ, ଯିବେ। ପ୍ରକୃତି କିନ୍ତୁ ସେମିତି ଥିବ। ମୁଁ ପ୍ରକୃତିକୁ ଆପଣାର କରିବା ବରଂ ଶ୍ରେୟସ୍କର।

ସମ୍ବନ୍ଧିତ ଖବର