ଘର ବିକି ବିମାନ ନିର୍ମାଣ କଲେ ଅମୋଲ

ମୁମ୍ବାଇ: ମୁମ୍ବାଇରେ ବସବାସ କରୁଥିବା ଅମୋଲ ଯାଦବ ‘ମେକ୍‌ଇନ୍‌ ଇଣ୍ଡିଆ’ର ଏକ ବଡ଼ ଉଦାହରଣ ପାଲଟିଛନ୍ତି। ଅମୋଲ ପାଖାପାଖି ୪କୋଟି ଟଙ୍କା ବିନିମୟ କରି ନିଜର ଛାତ ଉପରେ ଏକ ବିମାନ ନିର୍ମାଣ କରିଛନ୍ତି। ଯାହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ଦ୍ୱାରା ପଞ୍ଜିକୃତ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ ଅମୋଲଙ୍କୁ ସୋମବାର ଡିଜିସିଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସଙ୍କୁ  ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଫଡର୍ଣ୍ଣାବିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ଏହି ବିମାନ ସମ୍ପର୍କରେ ଆଲୋଚନା କରିଥିଲେ।

ଜେଟ ଏୟାରେଓ୍ଵଜର ଡେପୁଟି ଚିଫ୍‌ ପାଇଲଟ ଥିବା ଅମୋଲ ତାଙ୍କ ଘରର ଛାତ ଉପରେ ୧୬୦୦ ସ୍କୋୟାର ପ୍ରୋଟୋଟାଇପ୍‌ ବିମାନକୁ ନିର୍ମାଣ କରିଥିଲେ। ଏହି କାମ ଏତେ ସହଜ ନଥିଲା। ଛଅବର୍ଷ ଧରି କଠିନ ପରିଶ୍ରମ କରିବା ପରେ ଏହି ବିମାନ ନିର୍ମାଣ କରିବାରେ ଅମୋଲ ସଫଳ ହୋଇଛନ୍ତି। ଏଥିପାଇଁ ସେ ନିଜ ଘର ବିକ୍ରି କରିବାକୁ ମଧ୍ୟ ପଛାଇ ନାହାନ୍ତିି। ଏହି ଏହାରକ୍ରାପ୍ଟ ନିର୍ମାଣ ୨୦୧୧ରେ ଶେଷ ହୋଇ ଯାଇଥିଲା। ସେବେଠାରୁ ଅମୋଲ ସାର୍ଟିଫିକେଟ ପାଇବା ପାଇଁ ବହୁ ଚେଷ୍ଟା ଚଳାଇଥିଲେ। ଫଡର୍ଣ୍ଣାବିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ଏହି ବିମାନ ସମ୍ପର୍କରେ ଜଣାଇଥିଲେ। ଏହାପରେ ଅମୋଲଙ୍କୁ ଡିଜିସିଏ ସାର୍ଟିଫିକେଟ ମିଳିଥିଲା। ଦେଶରେ ପ୍ରଥମଥର ପାଇଁ କୌଣସି ଘରୋଇ କମ୍ପାନିକୁ ସରକାର ତରଫରୁ ଏହି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି।

ଅମୋଲ ନିର୍ମାଣ କରିଥିବା ବିମାନର ଓଜନ ୧୪୫୦କିଲୋ ରହିଛି। ଏହି ବିମାନ ୧୫୦୦କିମି ପ୍ରତି ମିନିଟ ବେଗରେ ଟେକ୍‌ ଅଫ କରି ୧୩ହଜାର ଫୁଟ ଉଚ୍ଚକୁ ଉଡିଥାଏ। ପବନରେ ବିମାନର ବେଗ ୧୮୫ମିଲିରୁ ୨,୦୦୦ପର୍ଯ୍ୟନ୍ତ ରହିଥାଏ। ଏହି ବିମାନରେ ବସିବା ପାଇଁ ୬ଟି ସିଟ ରହିଛି। ଏହି ବିମାନକୁ ୨୦୧୬ରେ ମେକ୍‌ଇନ୍‌ ଇଣ୍ଡିଆ ସ୍କିମ୍‌ ଜରିଆରେ ପ୍ରଦର୍ଶନୀରେ ଡିସ୍‌ପ୍ଲେ କରାଯାଇଛି। ବିମାନରେ ଯେତେବେଳେ କୌଣସି ପ୍ରଦର୍ଶନୀକୁ ନିଆଯାଏ ତାହାକୁ କ୍ରେନ୍‌ ସାହାଯ୍ୟରେ ଓହ୍ଲା ଯାଇଥାଏ।

ସମ୍ବନ୍ଧିତ ଖବର