ଜୀବନ ସାରା ଭିକ ମାଗି ବ୍ୟାଙ୍କ ଆକାଉଣ୍ଟରେ ୬.୬୧ଲକ୍ଷ ଟଙ୍କା ରଖିଥିଲେ ବୃଦ୍ଧା, ମୃତ୍ୟୁ ପରେ ସହିଦ୍‌ଙ୍କ ପରିବାରକୁ ଦାନ କରି ତାଙ୍କ ଶେଷ ଇଚ୍ଛା ପୂରଣ କଲେ ଟ୍ରଷ୍ଟି

ଅଜ୍‌ମେର : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଭାରତର ଏକ ବଡ଼ କ୍ଷତି କରିଥିବା ବେଳେ ଏହି କ୍ଷତିକୁ ପୂରଣ କରିବା ପାଇଁ ଦେଶବାସୀ ଏକଜୁଟ ହୋଇଛନ୍ତି । କେବଳ ସାନ୍ତ୍ୱନା ନୁହେଁ, ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଲୋକମାନେ ଅର୍ଥ ଯୋଗାଡ଼ କରିବା ଆରମ୍ଭ କରିଛନ୍ତି । କଳାକାରମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି କାମରେ ଲାଗି ପଡ଼ିଛନ୍ତି।  ଏ ମଧ୍ୟରେ ଜଣେ ଭିକାରିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬.୬୧ଲକ୍ଷ ଟଙ୍କା ସହିଦ୍‌ଙ୍କ ପରିବାରକୁ ଆସିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Dainik Bhaskar

ସୂଚନା ମୁତାବକ, ନନ୍ଦିନୀ ଶର୍ମା ଅଜ୍‌ମେରରେ ଥିବା ଅମ୍ବେ ମାତା ମନ୍ଦିର ବାହାରେ ବସି ଭିକ ମାଗନ୍ତି । ପ୍ରତିଦିନ ସେ କିଛି କିଛି ଟଙ୍କା ସଞ୍ଚୟ କରି ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ ।  ଏହା ସହ ନିଜ ଆକାଉଣ୍ଟର ଦେଖାଶୁଣା କରିବା ପାଇଁ ସେ ଦୁଇ ଜଣଙ୍କୁ ଟ୍ରଷ୍ଟି କରିଥିଲେ । ସେ ଯିବା ପରେ ତାଙ୍କର ଜମା ଟଙ୍କା ଦେଶର ଭଲ ପାଇଁ ବା ସମାଜର ସାହାଯ୍ୟରେ ଆସୁ ବୋଲି ସେ ଚାହୁଁଥିଲେ । ଅଗଷ୍ଟ ୨୦୧୮ରେ ତାଙ୍କର ମୃତ୍ୟୁ ହେବା ପରେ ଦୁଇ ଜଣ ଟ୍ରଷ୍ଟି ଜମା ଟଙ୍କାଙ୍କୁ କେଉଁ ଭଲ କାମରେ ଲଗାଇବା ସେ ନେଇ ଚିନ୍ତାରେ ଥିଲେ । ଫେବୃଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେ ନନ୍ଦିନୀ ଦେବୀଙ୍କ ଜମା ଟଙ୍କା ସହିଦ୍‌ଙ୍କ ପରିବାରକୁ ଦେବେ ବୋଲି ମନସ୍ଥ କରିଥିଲେ । ଯାହା ପରେ ନନ୍ଦିନୀ ଶର୍ମାଙ୍କ ଜମା ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପଠାଇ ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର