ମୃତ୍ୟୁ ପରେ ଗବେଷଣା ପାଇଁ ଚୋରାଇ ନିଆଯାଇଥିଲା ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ମସ୍ତିଷ୍କ

୧୯୫୫ ମସିହା ଏପ୍ରିଲ୍‌ ୧୮ ତାରିଖ ଦିନ ଆଇନ୍‌ଷ୍ଟାଇନ୍‌ଙ୍କ ଦେହାନ୍ତ ହେବା ପରେ ପ୍ରିନ୍‌ସେନ୍‌ଟନ୍‌ ଗବେଷକ ଟୋମାସ୍‌ ହାର୍‌ଓ୍ଵି ପୂର୍ବାନୁମତି ବିନା ବ୍ୟବଚ୍ଛେଦ ସମୟରେ ତାଙ୍କର ମସ୍ତିଷ୍କ କାଢ଼ି ନେଇ ଥିଲେ। ଏ କଥା ତହିଁ ଆରଦିନ ‘ନି୍ୟୁୟର୍କ ଟାଇମସ୍‌ସ୍‌’ରୁ ଜାଣିଲେ ତାଙ୍କ ପରିବାରବର୍ଗ। ଜାଣି ସୁଦ୍ଧା ସେମାନେ ଗବେଷଣା କରାଇବା ପାଇଁ କୁଣ୍ଠାପୂର୍ବକ ଅନୁମୋଦନ କରିଥିଲେ। ୧୯୯୯ରେ ଏକ କାନଡୀୟ ଅଧ୍ୟୟନ ଦାବି କରିଥିଲା ଯେ ଗଣିତ ଦକ୍ଷତା ସହ ସମ୍ପୃକ୍ତ ମସ୍ତିଷ୍କ ଅଂଶରେ ଆଇନ୍‌ଷ୍ଟାଇନ୍‌ର ଅସାଧାରଣ କୁଞ୍ଚ ଥିଲା।

କୁହାଯାଏ ଆଇନ୍‌ଷ୍ଟାଇନ୍‌ ସ୍କୁଲ୍‌ରେ ଅଧ୍ୟୟନ କଲା ବେଳେ କେବେ ଗଣିତରେ ବିଫଳ ହୋଇ ନ ଥିଲେ। ମୁନିଚ୍‌ରେ ପଢ଼ିବା ବେଳେ ସେ ହାଇ ଗ୍ରେଡ୍‌ ପାଉଥିଲେ। ଏହାକୁ କେତେକ ଶିକ୍ଷକମାନଙ୍କ ଦ୍ୱାରା ଆଶା କରା ଯାଉଥିବା ମେକାନିକାଲ୍‌ ଡିସିପ୍ଲିନ୍‌ ବୋଲି କେତେକ କହନ୍ତି। ଜଟିଳ ଗଣିତ ଏବଂ ବୈଜ୍ଞାନିକ ଧାରଣାରେ ସେ ସର୍ବଦା ଶ୍ରେଣୀରେ ପ୍ରଥମ ହେଉ ଥିଲେ।

ସମ୍ବନ୍ଧିତ ଖବର