ସୋମନାଥ ମନ୍ଦିରର ୭୨ ସ୍ତମ୍ଭ ସୁନାଛାଉଣି ହେବ

୧୦ଟି ପାଇଁ ଆସିଲା ୩୦ କେଜି ଓଜନର ସୁନାର କାରୁକାର୍ଯ୍ୟ ପୂର୍ଣ୍ଣ ପ୍ଲେଟ୍‌

ରାଜକୋଟ: ଅମ୍ବାଜୀ ମନ୍ଦିର ପରେ ଏବେ ପ୍ରସିଦ୍ଧ ସୋମନାଥ ମନ୍ଦିରର ପାଳି। ଗୁଜରାଟର ଇତିହାସ ପ୍ରସିଦ୍ଧ ସୋମନାଥ ମନ୍ଦିରର ସ୍ତମ୍ଭଗୁଡ଼ିକୁ ସୁନା ଛାଉଣି କରାଯିବ। ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରର ସମସ୍ତ ୭୨ଟି ସ୍ତମ୍ଭକୁ ସୁନା ଛାଉଣି କରିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍ତମ୍ଭର ସୁନା ଛାଉଣି କରାଯିବ। ଗତ କାଲି ନୂଆଦିଲ୍ଲୀରୁ ୧୦ଟି ସ୍ତମ୍ଭ ପାଇଁ ୩୦ କେଜି ଓଜନରେ ନିର୍ମିତ ସୁନାଛାଉଣି ଗୁଡ଼ିକ ଆସି ଗୁଜରାଟରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ ମନ୍ଦିରର ଦୁଇ ଦ୍ୱାର ପୂର୍ବରୁ ସୁନା ଛାଉଣି କରାଯାଇ ସରିଛି। ଏତଦ୍‌ବ୍ୟତୀତ ମନ୍ଦିର ଉପରେ ଥିବା ସେମନାଥଙ୍କ ଡମ୍ବରୁ ମଧ୍ୟ ସୁନାଛାଦିତ ହୋଇ ସାରିଛି।ଏ ସମ୍ପର୍କରେ ସେମାନାଥ ମନ୍ଦିର ଟ୍ରଷ୍ଟର ସମ୍ପାଦକ ପିକେ ଲାହିରି କହିଛନ୍ତି ଏହି ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ସୁନା ପ୍ଲେଟିଂ କାର୍ଯ୍ୟ ନୂଆଦିଲ୍ଲୀର ଶିଳ୍ପୀ ମାନଙ୍କ ଦ୍ୱାରା କରାଯାଇଛି। ପ୍ରଥମେ ସେମାୋନ ତମ୍ବାରେ ଡିଜାଇନ ପ୍ରସ୍ତୁତ କରିଥିଲେ। ତାହା ଟ୍ରଷ୍ଟ ପକ୍ଷରୁ ଗୃହିତ ହେବା ପରେ ସେମାନେ ଏବେ ସୁନାରେ କାରୁକାର୍ଯ୍ୟପୂର୍ଣ୍ଣ ପ୍ଳେଟ୍‌ ପ୍ରସ୍ତୁତ କରି ପଠାଇଛନ୍ତି।
ଭକ୍ତମାନଙ୍କ ଠାରୁ ମିଳିଥିବା ଦାନରେ ଏହି ସୁନା କିଣାଯାଇଛି। ଯେହେତୁ ଭକ୍ତମାନେ ସୁନା ପାଇଁ ଦାନ ଦେଉଛନ୍ତି, ଖୁବ ଶୀଘ୍ର ଅନ୍ୟ ସ୍ତମ୍ଭ ଗୁଡ଼ିକ ମଧ୍ୟ ସୁନାଛାଉଣି କରାଯିବ ବୋଲି ମନ୍ଦିରର ମହାପ୍ରବନ୍ଧକ ବିଜୟସିଂହ ଚଭଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର