କେରଳରେ ରହିଛି ପୂର୍ବର ଭେନିସ୍‌

କେରଳର ଏହି ତିନିଟି ସ୍ଥାନ ସଂପର୍କରେ ଜାଣନ୍ତୁ:
ଥେକାଡ଼ି:-ବନ୍ୟଜୀବ ଜନ୍ତୁଙ୍କୁ ନିକଟରୁ ଦେଖିବାପାଇଁ ବୋଧ୍‌ହୁଏ ଥେକାଡ଼ି ବ୍ୟତୀତ ଅନ୍ୟତ୍ର କେରଳରେ ନାହିଁ।ଏହି କାରଣରୁ ଏଠାକୁ ବେଶି ସଂଖ୍ୟକ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ। ଏଠାରେ ବିଶାଳକାୟ ହାତୀ,ଗ୍ରେଟ୍‌ ଇଣ୍ଡିଆନ୍‌ ଟାଇଗର୍‌,ହରିଣ,ଭାଲୁ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରଜାତିର ପଶୁଙ୍କୁ ଦେଖିବାକୁ ମିଳେ।ଏଠାରେ ଏହି ବନ୍ୟଜନ୍ତୁମାନଙ୍କୁ ସଂରକ୍ଷିତ ଭାବେ ରଖାଯାଇଛି। ଏଠାରେ ଥିବା ପେରିୟାର୍‌ ଟାଇଗର୍‌ ରିଜର୍ଭ କୁ ନ ଦେଖି ମଧ୍ୟ କେହି ପର୍ଯ୍ୟଟକ ଫେରନ୍ତି ନାହିଁ।ଏଠାରେ ଚନ୍ଦନର ପ୍ରକୃତିକ ସୁରକ୍ଷା ପାଇଁ ‘ନେଚରଓ୍ଵାର୍କ’ ନାଆଁରେ ଏକ ସ୍ୱତନ୍ତ୍ର ଟ୍ରେକିଙ୍ଗ୍‌ ପ୍ରୋଗ୍ରାମ୍‌ କାର୍ଯ୍ୟକାରୀ କରାଯାଇଛି। ଏହି ଅଞ୍ଚଳରେ ବିଭିନ୍ନପ୍ରକାରର ପକ୍ଷୀ,ପ୍ରଜାପତି ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।

ଆଲାପୁଜା:- ପ୍ରତିବର୍ଷ ଏଠାକୁ ହଜାର ହଜାର ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥା’ନ୍ତି।ଏହା କେରଳର ଅନ୍ୟତମ ଉଲ୍ଲେଖ୍ୟଯୋଗ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି।ଆଲାପୁଜାକୁ ପୂର୍ବରଭେନିସ୍‌ ବୋଲି କୁହାଯାଏ।ଏହା ବୋଟ୍‌ରେସ୍‌,ହାଉସ୍‌ ବୋଟ୍‌ ହଲିଡ଼ଜ୍‌,ସମୁଦ୍ରତଟ,ସାମୁଦ୍ରିକ ସାମଗ୍ରୀ ପାଇଁ ବେଶ୍‌ ପ୍ରସିଦ୍ଧ।ଏଠାକୁ ଆସିଲେ ପର୍ଯ୍ୟଟକମାନେ ବୋଟିଂର ମଜ୍ଜା ଉଠାଇ ଥାଆନ୍ତି। ଏହା ମଧ୍ୟ ଏକ ସୁନ୍ଦର ହନିମୁନ୍‌ ସ୍ପଟ୍‌।

    photo-.goroadtrip.com_

କାରୁମାଡ଼ିକୁଟ୍ଟନ୍‌:- ଆଲାପୁଜା ଠାରୁ ଅନତି ଦୂରରେ ଅବସ୍ଥିତ ଏହା ଏକ କ୍ଷୁଦ୍ରଗ୍ରାମ,ଯାହା ଭଗବାନ ବୁଦ୍ଧଙ୍କର କଳା ଗ୍ରାନାଇଟ୍‌ ମୂର୍ତ୍ତି ଲାଗି ଏବେ ବିଶ୍ୱ ପ୍ରସିଦ୍ଧ।ଏହା ବୌଦ୍ଧଧର୍ମାଲମ୍ବୀ ମାନଙ୍କ ପାଇଁ ଏକ ତୀର୍ଥସ୍ଥଳ ପାଲଟିଯାଇଛି। ଏହି ମୂର୍ତ୍ତିର ନିର୍ମାଣ ଦଶମ ଶତାବ୍ଦୀରେ କରାଯାଇଥିବାର ଅନୁମାନ କରାଯାଏ।ଏହା ଆଲାପୂଜା ଜିଲ୍ଲାର ଅମ୍ବାଲାପୂଜାର ପୂର୍ବ ଦିଗରେ ତିନି କିଲୋମିଟର ଦୂରରେ ଅବସ୍ଥିତ। ଆଲାପୂଜାରୁ ଜାତୀୟ ରାଜପଥ ନମ୍ବର ୪୭ରେ କୋଲାମ ଓ ଆଲାପୂଜା ମଧ୍ୟରେ ଏହା ପଡ଼େ। କେରଳ କୁ ବୌଦ୍ଧ ଧର୍ମ ଖ୍ରୀଷ୍ଟାପୂର୍ବରେ ଆସିଥିବାର ଅନୁମାନ କରାଯାଏ ଏବଂ ଅଷ୍ଟମ ଖ୍ୟୀଷ୍ଟପୂର୍ବରେ ଏହାର ଅବନତି ଘଟିଥିଲା। ତଥାପି ଏ ଅଞ୍ଚଳରେ ଅନେକ ବୌଦ୍ଧଧର୍ମାବଲମ୍ବୀ ଅଛନ୍ତି।

ସମ୍ବନ୍ଧିତ ଖବର