ବିଚିତ୍ର ପରମ୍ପରା : ଏମିତି ଗାଁ, ଯେଉଁଠି ଭଉଣୀ ବର ସାଜି ଘରକୁ ଆଣିଥାଏ ଭାଉଜ

ନୂଆଦିଲ୍ଲୀ: ଭାରତର ବିଭିନ୍ନ କୋଣରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ସବୁ ପରମ୍ପରା ଶେଷରେ ଉଭୟ ବର-କନ୍ୟା ସ୍ୱାମୀ-ସ୍ତ୍ରୀ ପାଲଟି ଯାଉଥିବା ବେଳେ କିଛି ସ୍ଥାନରେ ବିବାହକୁ ନେଇ କିଛି ଏମିତି ପରମ୍ପରା ରହିଛି ଯାହାକୁ ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଆଜ୍ଞା ହିଁ! ହିମାଚଳ ପ୍ରଦେଶରେ ଏକ ଏମିତି ଗାଁ ରହିଛି ଯେଉଁଠି ବିବାହକୁ ନେଇ କିଛି ଅଜବ ପରମ୍ପରା ରହିଛି। କିନୌର ଜିଲ୍ଲାରେ ବିବାହ ସମୟରେ ବର କନ୍ୟାକୁ ଆଣିବାକୁ ଯିବା ପରିବର୍ତ୍ତେ ବରର ଭାଇ ବା ଭଉଣୀ ଯାଇ କନ୍ୟାକୁ ଘରକୁ ନେଇ ଆସିଥାନ୍ତି । ଏଠାରେ ବରର ଭଉଣୀ ବର ବେଶରେ ସଜ ହୋଇ କନ୍ୟା ଘରକୁ ଯିବା ସହ ବିବାହ ସମୟରେ ବର ଯେଉଁ ଯେଉଁ ରୀତିନୀତି ସବୁ କରେ ତାହା ବରର ଭଉଣୀ କରିଥାଏ। ଏହା ସହ ଯେଉଁ ଘରେ ଭଉଣୀ ନ ଥାନ୍ତି ସେଠାକୁ ବରର ଭାଇ ବର ବେଶରେ କନ୍ୟା ଘରକୁ ଯାଇଥାନ୍ତି।

rochakpost.com

ଏହି ଅଞ୍ଚଳରେ ପ୍ରଚଳିତ ହେଉଥିବା ପ୍ରଥା ଅତି ପୁରୁଣା । ଲାହୋଲ ଘାଟିରେ ଏହି ପ୍ରଥା ସେ ସମୟରେ ପାଳନ କରାଯାଇଥାଏ, ଯେଉଁ ସମୟରେ ବର ଘରେ ଉପସ୍ଥିତ ନ ଥାଏ । ଯଦି ବିବାହ ସମୟରେ ଘରେ ବର ଉପସ୍ଥିତ ନାହିଁ ତେବେ ଧାର୍ଯ୍ୟ ସମୟରେ ବରର ଭାଇ ବା ଭଉଣୀ ଯାଇ କନ୍ୟାକୁ ଶାଶୁଘରକୁ ଆଣିଥାନ୍ତି ।

ସମ୍ବନ୍ଧିତ ଖବର