ଦିନକୁ ଦିନ ଦେଶରେ ଗରିବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବି ଅନେକ ଲୋକ ଭୋକ ଉପାସରେ ରହୁଛନ୍ତି। ଗରିବୀ ଦୂରୀକରଣ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହି ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ତେବେ ସାରା ବିଶ୍ୱରେ ଭାରତରେ ଗରିବ ସଂଖ୍ୟା ଅଧିକ ମାତ୍ରାରେ ରହିଛି ବୋଲି ଜଣାପଡିଛି। ବୃଦ୍ଧି ପାଉଥିବା ଗରିବ ସମସ୍ୟା ଦୂର କରିବା ପାଇଁ ଏବେ ଜିଆଣ୍ଟ ଇ କମ୍ପାନୀ ଆମାଜନ ଅଣ୍ଟା ଭିଡିଛି। ଏଥିପାଇଁ ଆମାଜନର ସିଇଓ ୨ ଆରବୀୟ ଡଲାର ଅର୍ଥାତ ୧୪,୫୦୦କୋଟି ଟଙ୍କା ଦାନ କରିବେ ବୋଲି ନିର୍ଣ୍ଣୟ କରିଛନ୍ତି। ତେବେ ଯେଉଁମାନଙ୍କ ଘର ନାହିଁ ବାହାରେ ରହୁଛନ୍ତି ସେମାନେ ଏହି ଟଙ୍କାରେ ଲାଭ ପାଇ ପାରିବେ। ଏଥିପାଇଁ ସେ ଏକ ଫଣ୍ଡ ତିଆରି କରିଛନ୍ତି ଯେଉଁଥିରେ କି ସମସ୍ତ ଦାନଟଙ୍କା ସେହିଠାରେ ରହିବ।

Advertisment

ଏହି ଫଣ୍ଡର ଉଦଘାଟନ କରିବା ପରେ ଆମାଜନର ସିଇଓ କହିଛନ୍ତି ଯେ, ମତେ ବହୁତ ଖୁସି ଲାଗୁଛି ଯେ, ଏପରି ଏକ ଫଣ୍ଡ ଆରମ୍ଭ ହୋଇଛି। ଦୁନିଆରେ ବର୍ତ୍ତମାନ ସମୟରେ ଯେପରି ଭାବରେ ଖାଦ୍ୟ ସମସ୍ୟା ଦେଖାଯାଇଛି ତାହା ହଠାତ ସୁଧାରି ହେବ ନାହିଁ। ହେଲେ ଆମେମାନେ ସମସ୍ତେ ମିଲିମିଶି ଚେଷ୍ଟା କଲେ ନିଶ୍ଚିତ ରୂପେ ଏହାର ସମାଧାନ ହୋଇପାରିବ ବୋଲି ଆମାଜନର ସିଇଓ ସୂଚନା ଦେଇଛନ୍ତି। ଏହି ଫଣ୍ଡ ମାଧ୍ୟମରେ ପାଠପଢିବା ପାଇଁ ଇଚ୍ଛା ରଖିଥିବା ପିଲାମାନଙ୍କ ମଧ୍ୟ ସାହାଯ୍ୟ କରାଯିବ। ଏହାସହ ସେ କହିଛନ୍ତି ଯେ, ମୋର ଯେଉଁ ଇଚ୍ଛା ରହିଥିଲା ତାହା ଏହାରି ମାଧ୍ୟମରେ ପୂରଣ ହେବ।

ମିଳିଥିବା ସୂଚନା ଅନୁସାରେ ଆମାଜନର ସିିଇଓଙ୍କ ସମ୍ପତ୍ତି ୧୬୦ ଆରବୀୟ ଡଲାରଠାରୁ ଅଧିକ ରହିଛି। ଏହା ପୂର୍ବରୁ ଆମେରିକାର ମାଇକ୍ରୋସଫଟ କମ୍ପାନୀର ସଂସ୍ଥାପକ ବିଲ ଗେଟସ ମଧ୍ୟ ୨୭ ଆରବୀୟ ଡଲାର ଟଙ୍କା ଦାନ କରିଥିଲେ ବୋଲି ଜଣାପଡିଛି। ଏହାସହ ଆମେରିକାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ୨୧.୫ ଆରବୀୟ ଡଲାର ଦାନ କରିଛନ୍ତି। ଆମେ ଯଦି ଭାରତ କଥା କହିବା ତେବେ ୱିପ୍ରୋର ପ୍ରମୁଖ ଅଜିମ ପ୍ରେମଜୀ ରହିଛନ୍ତି। ସେ ପାଖାପାଖି ୮ ଆରବୀୟ ଡଲାର ଗରିବମାନଙ୍କ ପାଇଁ ଦାନ କରିଛନ୍ତି।