ସୁରଟ: ସୁରଟର ଅମରୋଲି ପୁଲିସ ଷ୍ଟେସନ୍ର ସବ୍-ଇନ୍ସପେକ୍ଟର ଆକସ୍ମିକ ଭାବେ ବିବାଦ ଘେରକୁ ଆସିଛନ୍ତି। ସବ୍-ଇନ୍ସପେକ୍ଟରଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଥିରେ ଦେଖିବାକୁ ମିଳୁଛି କି, ଖଣ୍ଡା ଦ୍ୱାରା ସେ ତାଙ୍କ ଜନ୍ମଦିନ କେକ କାଟୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2019/09/Untitled-3-copy-300x228.jpg)
ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ସବ୍-ଇନ୍ସପେକ୍ଟର ହାତରେ ଏକ ଖଣ୍ଡା ଧରିଛନ୍ତି। ଏଥିରେ ସେ ତାଙ୍କ ଜନ୍ମଦିନ କେକକୁ ଗୋଟିଏ ଗୋଟିଏ କରି ୧୧ଟି କେକ କାଟୁଛନ୍ତି। ଏଥିସହିତ ଜୋର୍ଜୋର୍ରେ ତାଳି ଶବ୍ଦ ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି।
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହା ଏକ ଘରୋଇ ସ୍ଥାନରେ ଆୟୋଜିତ ଘରୋଇ କାର୍ଯ୍ୟକ୍ରମ ଥିଲା। ଅନେକ ଥର ଲୋକମାନେ ସେମାନଙ୍କ ଘରୋଇ କାମରେ ଖଣ୍ଡାର ବ୍ୟବହାର କରି ଥାଆନ୍ତି। ଭିଡିଓର ଯାଞ୍ଚ କରାଯାଉଛି।
/sambad/media/post_attachments/wp-content/uploads/2019/09/sword_4286181_835x547-m-1-300x200.jpg)
କିଛିଦିନ ତଳେ ଅଦଜାନ୍ ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ କିଛି ଯୁବକ ସଡ଼କ ପାର୍ଶ୍ୱରେ ବସି ଖଣ୍ଡାରେ କେକ୍ କାଟୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ବିରୋଧରେ ପୁଲିସ ସାର୍ବଜନିକସ୍ଥାନରେ ଖଣ୍ଡାରେ କେକେ କାଟୁଥିବା ନେଇ ଅଭିଯୋଗ ଆଣିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Untitled-2-copy-1.jpg)