ଦେଶ ସାରା ଖୋଜୁଥିଲେ ୧୮ ବର୍ଷ ହେଲା ହଜିଲା ପୁଅକୁ ,ମିଳିଲା ଘର ପାଖରେ ତା’ର କଙ୍କାଳ!

ନୂଆଦିଲ୍ଲୀ: ଅଲିପୁର ସ୍ଥିତ ମୁଖମେଲ ଗାଆଁରେ ରହୁଥିବା ସୌକତ୍‌ ଅଲ୍ଲୀ ଗତ ଅଠର ବର୍ଷ ଧରି ନିଜ ପୁଅ ଜଭେଦ୍‌କୁ ଖୋଜୁଥିଲେ। ତାଙ୍କ ପୁଅ ଗତ ୨୦୦୦ ମସିହାରୁ ନିରୁଦ୍ଦିଷ୍ଟ ଥିଲା। ଜାଭେଦ୍‌ ନିରୁଦ୍ଦିଷ୍ଟ ହେବା ସମୟରେ ତାଙ୍କର ବୟସ ହୋଇଥିଲା ମାତ୍ର ୧୪ ବର୍ଷ।

ଗତ ଅଠର ବର୍ଷ ଧରି ସୌକତ୍‌ ପୁଅକୁ ଖୋଜିବା ସାରା ଦେଶକୁ ବୁଲି ଆସିଥିଲେ। ହଠାତ୍‌ ଜାଭେଦଙ୍କ ଘର ଲୋକେ ଖବର ପାଇଲେ ଯେ  ଘର ପାଖ ପାଣି ଟାଙ୍କିରେ ନୀଳ ସାର୍ଟ ଓ ଖାକି ପ୍ୟାଣ୍ଟ୍‌ ପିନ୍ଧି ଏକ ନରକଂକାଳ ମିଳିଛି। ଜାଭେଦ୍‌ ନିରୁଦ୍ଦିଷ୍ଟ ସମୟରେ ଠିକ୍‌ ଏହି ପୋଷାକ ପିନ୍ଧିଥିଲେ।

ସୌକତ୍‌ ଓ ତାଙ୍କ ସ୍ତ୍ରୀ ଶକିଲା,କଂକାଳରେ ଥିରେ ପୋଷାକକୁ ଚିହ୍ନି ପାରିଲେ। ଏବେ ପୁଲିସ ପକ୍ଷରୁ କୁହାଯାଇଛି ଯେ,ଜାଭେଦ୍‌ ପରିବାର ଚାହିଁଲେ ମିଳିଥିବା କଙ୍କାଳର ଡିଏନ୍‌ ଏ ପରୀକ୍ଷା କରାଯିବ।

ସୌକତ୍‌ ନିଜ ପୁଅ ଜାଭେଦ୍‌ କୁ ଖୋଜିବା ପାଇଁ ପୁଲିସ ଡିଜି ଓ  ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ବି ଭେଟି ଥିଲେ।ଖାଲି ସେତିକି ନୁହେଁ ପୁଅକୁ ଫେରି ପାଇବା ଲାଗି ପରିବାର ଲୋକେ ବିଭିନ୍ନ ମନ୍ଦିର -ମସିଜିଦ୍‌କୁ ଯାଇ ବି ପ୍ରାର୍ଥନା ଓ ମାନସିକ କରିଥିଲେ। କିନ୍ତୁ ସବୁଠି ସେମାନେ ନିରାଶ ହୋଇଥିଲେ ।

ସମ୍ବନ୍ଧିତ ଖବର